ଓଲଟି ପଡ଼ିଲା ଶ୍ରମିକଙ୍କୁ ନେଇ ପ୍ଲାଣ୍ଟ ଯାଉଥିବା ଭ୍ୟାନ୍‌, ୨ ମୃତ, ୪ ଗୁରୁତର

ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ

କୋଇଡ଼ା: ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା କୋଇଡ଼ାରୁ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଯାହାପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, କୋଇଡ଼ା ଥାନା ଏରିଏନ୍ ଛକ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଶ୍ରମିକଙ୍କୁ ନେଇ କମଣ୍ଡ ପ୍ଲାଣ୍ଟକୁ ଯାଉଥିଲା ଭ୍ୟାନ। ହାଇୱା ସହ ଧକ୍କା ପରେ ଓଲଟି ପଡ଼ିଲା ଭ୍ୟାନ। ଘଟଣାସ୍ଥଳରେ ହାଇୱା ଡ୍ରାଇଭରକୁ ଅଟକ ରଖାଯାଇଛି। ଏଥିସହ ପୋଲିସ ଏହି ଦୁର୍ଘଟଣାର ତଦନ୍ତ ଚଳାଇଛି।

ଦେଶରେ ତଥା ରାଜ୍ୟରେ ପ୍ରତିଦିନ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ଭୟଙ୍କର ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନି ଘଟୁଛି। ରାସ୍ତାର ଲିମିଟ୍ ସ୍ପିଡ୍‌କୁ ଧ୍ୟାନରେ ରଖି ଡ୍ରାଇଭର ଗାଡ଼ି ଚଳାଇଲେ ଏମିତି ସବୁ ଦୁର୍ଘଟଣା ହ୍ରାସ ପାଆନ୍ତା। ତେବେ ସରକାର ଏ ନେଇ ଅନେକ ପ୍ରୟାସ ଜାରି ରଖିଲେ ସୁଧା ଦୁର୍ଘଟଣା ଥମିବାର ନାଁ ନେଉନି।

ନିକଟରେ ରଥଯାତ୍ରା ଦେଖିବାକୁ ଯିବା ସମୟରେ ପିପିଲି ନିକଟରେ ଏକ ଦୁଃଖଦ ଘଟଣା ଘଟିଯାଇଥିଲା । ଆମ ବସ ମାଡିଯିବାରୁ ତିନିଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ବର୍ତ୍ତମାନ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ପ୍ରତି ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିଲେ ।

ପିପିଲି ଥାନା ଅଧୀନ ତରାକାଜ ନିକଟରେ ସ୍କୁଟିରେ 3ଜଣ ଯୁବତୀ ଯାଉଥିବା ବେଳେ ତାଙ୍କ ଉପରେ ଆମ ବସ୍ ଚଢ଼ାଇ ଦେଇଥିଲା । ସେମାନଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।