ଘରୋଇ କଳହର କରୁଣ ପରିଣତି..ସ୍ତ୍ରୀ ସହ ଝଗଡ଼ା ପରେ ନିଜ ବେକ କାଟିଲେ, ପରେ ବାଇକ ଚଳାଇ ଡାକ୍ତରଖାନାକୁ ଆସିଲେ
ସ୍ତ୍ରୀ ସହ ଝଗଡ଼ା ପରେ ନିଜ ବେକ କାଟିଦେଲେ ଯୁବକ ।
ଭୁବନେଶ୍ବର: ସିଲ୍କ ସିଟି ବ୍ରହ୍ମପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀ ସହିତ ଝଗଡା କରି ନିଜ ବେକ କାଟି ଦେଇଛନ୍ତି ଯୁବକ ।
ଘରୋଇ କଳିକୁ ନେଇ ବେକ କାଟିଥିବା ସୂଚନା । ଆହତ ଯୁବକ ହେଲେ ଅଶୋକ କୁମାର ପାଣିଗ୍ରାହୀ ।
ବଡ଼ ବଜାର ଥାନା ଖାରବେଳ ନଗର ଅଞ୍ଚଳରୁ ଏହି ଛାତିଥରା ଘଟଣା ସାମ୍ନାକୁ ଆସିଛି । ଗୁରୁତର ଯୁବକ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।
ଘରୋଇ କଳିରୁ ଯୁବକ ବେକ କାଟି ଦେଇଥିବା ସୂଚନା ରହିଛି । ଏହାପରେ ସେ ନିଜେ ବାଇକ ଚଲାଇ ହସ୍ପିଟାଲ ଆସିଥିବା ନେଇ ଜଣାପଡ଼ିଛି ।
ତେବେ କଣ ଏତେ ବଡ଼ କାରଣ ହେଲା ଯେ, ସେ ତଣ୍ଟି କାଟିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ତେବେ ଏହି ଘଟଣାରେ ପୋଲିସର ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ । ତଦନ୍ତ ଶେଷ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ।