ବନ୍ୟାଞ୍ଚଳରେ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ, ପିଲାଙ୍କ ପାଠ ପଢା ସମ୍ପର୍କରେ କଲେ ତଦାରଖ

ବନ୍ୟାଞ୍ଚଳରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବର୍ଷା ଜାରି ରହିଛି। ଏଥିପାଇଁ ଅନେକ ଜିଲ୍ଲାର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ସ୍ଥାନରେ ବହୁତ ଲୋକେ ପାଣି ଘେରରେ ରହିଛନ୍ତି। ବନ୍ୟା ପରିସ୍ଥିତି ଯୋଗୁଁ ପିଲାଙ୍କ ପାଠ ପଢା ବାଧାପ୍ରାପ୍ତ ହୋଇଛି।

ବର୍ତ୍ତମାନ ବନ୍ୟାଞ୍ଚଳରେ ପହଞ୍ଚିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ବନ୍ୟାଞ୍ଚଳରେ ସେ ପହଞ୍ଚି, ପିଲାମାନଙ୍କ ପାଠପଢା ସମ୍ପର୍କରେ ତଦାରଖ କରିଛନ୍ତି। କେମିତି ସୁବିଧାରେ ପାଠପଢା ହୋଇପାରିବ, ଏନେଇ ସେ ସମୀକ୍ଷା କରିଛନ୍ତି।

ବନ୍ୟାସ୍ଥିତି ତଦାରଖ କରି ଜିଲ୍ଲାପାଳ ନିଷ୍ପତ୍ତି ନେବେ। ଜିଲ୍ଲାପାଳଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ବନ୍ୟାଞ୍ଚଳ ପାଠପଢା ନେଇ ସେ କହିଛନ୍ତି ଯେ, ଜିଲ୍ଲାପାଳଙ୍କ ଉପରେ ବନ୍ୟାଞ୍ଚଳ ପିଲାମାନଙ୍କ ପାଠପଢା ଦାୟିତ୍ୱ।

ସେ ଆହୁରି କହିଛନ୍ତି ଯେ, ବନ୍ୟାଞ୍ଚଳ ପିଲାଙ୍କ ପାଠପଢାର ତଦାରଖ କରୁଛନ୍ତି ଜିଲ୍ଲାପାଳ। ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନଙ୍କ ପାଠପଢାରେ କୌଣସି ଅସୁବିଧା ନାହିଁ। ଯଦି କେଉଁଠି ଅସୁବିଧା ଥାଏ, ତେବେ ସ୍କୁଲ ବନ୍ଦ ହୋଇପାରେ।