ଧାର ଟଙ୍କା ନ ଦେବାରୁ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା

ବଧାପୋଖରୀ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । 4 ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଏସପିଙ୍କ ସୂଚନା ।

ଖୋର୍ଦ୍ଧା: ବଧାପୋଖରୀ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । 4 ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଏସପିଙ୍କ ସୂଚନା । ହତ୍ୟା ଘଟଣାରେ 3 ଅଭିଯୁକ୍ତଙ୍କୁ ଗିରଫ ସହ 3 ଟି ଗାଡ଼ି ଜବତ କରିଛି ପୋଲିସ । ମୃତକ ହେଉଛନ୍ତି ଜଟଣୀର ।

ସୂଚନାମୁତାବକ, ମୃତକ ଜଣକ 2 ଅଭିଯୁକ୍ତଙ୍କ ଠାରୁ 4 ହଜାର ଟଙ୍କା ଉଦ୍ଧାର ନେଇଥିଲେ । ବାରମ୍ବାର ମାଗିବା ସତ୍ତ୍ବେ ଟଙ୍କା ନ ଦେବାରୁ ଘରୁ ଉଠାଇ ଆଣି ହତ୍ୟା କରିଥିଲେ ଅଭିଯୁକ୍ତ । ଠେଙ୍ଗାରେ ପିଟିପିଟି ହତ୍ୟା ପରେ ବେଧାପୋଖରୀ ନିକଟରେ ଫିଙ୍ଗି ଦେଇଥିଲେ ।