ସ୍ମୃତି ମନ୍ଧାନା ହାସଲ କଲେ ଐତିହାସିକ ରେକର୍ଡ, ଅଷ୍ଟ୍ରେଲିଆର ଏହି ଖେଳାଳିଙ୍କୁ ପଛରେ ପକାଇଲେ
ଇଂଲଣ୍ଡ ବିପକ୍ଷରେ ତୃତୀୟ T20Iରେ ସ୍ମୃତି ମନ୍ଧାନା ଶାନଦାର ଇନିଂସ ଖେଳିଛନ୍ତି।
ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଭାରତୀୟ ମହିଳା ଟିମ ମଧ୍ୟରେ ପାଞ୍ଚଟି ମ୍ୟାଚର ଟି୨୦ ସିରିଜର ତୃତୀୟ ମୁକାବିକା Kennington Oval ଲଣ୍ଡନରେ ଖେଳାଯାଇଛି। ଏହି ମ୍ୟାଚରେ ଭାରତୀୟ ମହିଳା ଟିମ ପକ୍ଷରୁ ସ୍ମୃତି ମନ୍ଧାନା ଶାନଦାର ଅର୍ଦ୍ଧଶତକ ଇନିଂସ ଖେଳିଛନ୍ତି।
ସେ ୪୯ ବଲରେ ୧୦ଟି ଚୌକା ସାହାଯ୍ୟରେ ୫୬ ରନ କରି ଆଉଟ୍ ହୋଇଛନ୍ତି। ନିଜର ଏହି ଇନିଂସରେ ସମୟରେ ସେ କିଛି ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି।
ସେ ବର୍ତ୍ତମାନ ଇଂଲଣ୍ଡର ବିପକ୍ଷ ମହିଳା T20Isରେ ସବୁଠୁ ଅଧିକ ୫୦ ସ୍କୋର କରିଥିବା ଖେଳାଳି ହୋଇଛନ୍ତି। ଏହି ମାମଲାରେ ସେ ଅଷ୍ଟ୍ରେଲିଆର ବେଥ ମୁନୀଙ୍କୁ ପଛରେ ପକାଇଛନ୍ତି।
ଇଂଲଣ୍ଡ ବିପକ୍ଷରେ ଏହା ସ୍ମୃତି ମନ୍ଧାନାଙ୍କ ୨୪ ଇନିଂସରେ ୯ମ ୫୦+ ସ୍କୋର ଥିଲା। ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟର ବେଥ ମୁନୀ WT20Isରେ ଇଂଲଣ୍ଡ ବିପକ୍ଷ ୮ ଥର ୫୦+ ରନର ଇନିଂସ ଖେଳି ସାରିଛନ୍ତି।
ସେହିପରି ନ୍ୟୁଜିଲାଣ୍ଡର ବରିଷ୍ଠ ମହିଳା କ୍ରିକେଟର ସୋଫୀ ଡିୱାଇନ ଇଂଲଣ୍ଡର ବିପକ୍ଷ WT20Is ରେ ୫ଥର ୫୦+ରନର ଇନିଂସ ଖେଳିସାରିଛନ୍ତି।