fbpx

ବଦଳିଗଲା ମାଲଗୋଦାମ ବ୍ୟବସାୟ ସମୟ

କଟକ,୪ ।୮(ଓଡିଶା ଭାସ୍କର): କରୋନା କାଳରେ ବଦଳିଗଲା ମାଲଗୋଦାମ ବ୍ୟବସାୟ ସମୟ । ମାଲଗୋମାଦରେ ସାମଗ୍ରୀ କିଣାବିକା ପାଇଁ ସମୟ ନିର୍ଘଣ୍ଟ ହୋଇଛି । ବେହେରା ସାହିରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଏହା ନିଷ୍ପତ୍ତି ହୋଇଛି ।

ତେବେ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ସକାଳ ୭ଟାରୁ ୧୦ ଯାଏଁ ମିଳିବ । ସକାଳ ୧୦ଟାରୁ ଅତ୍ୟାବଶକୀୟ ସାମଗ୍ରୀର ହୋଲସେଲ ଦୋକାନ ଖୋଲିବ । ସକାଳ ୧୦ଟାରୁ ଦିନ ୨ଟା ଯାଏଁ ଏହି ସବୁ ଦୋକାନ ଖୋଲାରହିବ । ଅନ୍ୟପଟେ ଖୁଚୁରା ଦୋକାନ ଦିନ ୨ଟାରୁ ରାତି ୮ଟା ଯାଏ ଖୋଲିବ । ଏନେଇ ମାଲଗୋଦାମ ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.