World Skin Health Day 2025: ତ୍ୱଚାର ଗ୍ଲୋ କେମିତି ବଢାଇବେ? Dermatologistଙ୍କଠାରୁ ଜାଣନ୍ତୁ ଏହି ୫ଟି ପ୍ରଭାବଶାଳୀ ଉପାୟ
ଆପଣଙ୍କ ତ୍ୱଚା ଆହୁରି କରିବ ଗ୍ଲୋ, ଜାଣନ୍ତୁ ଏହି ୫ଟି ଟିପ୍ସ
ଓଡ଼ିଶା ଭାସ୍କର: ସମସ୍ତେ ଚାହାନ୍ତି ସେମାନଙ୍କ ତ୍ୱଚା ବା ମୁହଁରୁ ଗ୍ଲୋ ବଢୁ ବୋଲି। ହେଲେ ବ୍ୟସ୍ତବହୁଳ ଜୀବନରେ ନୀଦର ଅଭାବ, ସନ୍ତୁଳିତ ଖାଦ୍ୟ-ପାନୀୟ ଏବଂ ପ୍ରଦୂଷଣ ଭଳି କାରଣ ଯୋଗୁଁ ଚେହେରାର ଚମକ ଧିରେ ଧିରେ କମ ହୋଇଯାଏ। ସ୍କିନ ଏକ୍ସପର୍ଟଙ୍କ ଅନୁଯାୟୀ, କିଛି ସରଳ ନିୟମିତ ଉପାୟ ଆପଣଙ୍କ ତ୍ୱଚାର ପ୍ରକୃତିକ ଚମକ ଆଣିପାରିବେ।
Dermatologist and Cosmetologist, ଡ.କନୁ ବର୍ମା କହିଛନ୍ତି ଯେ, ସ୍କିନ ଗ୍ଲୋ ରଖିବା ଲାଗି ବାହ୍ୟ ଯତ୍ନ ସହ ଅନ୍ତଃ ପୋଷଣ ଏବଂ ଚିନ୍ତା ମୁକ୍ତ ଜୀବନଶୈଳୀ ମଧ୍ୟ ଆବଶ୍ୟକ। କେବଳ କ୍ରିମ ବା ଫେସୱାସରେ କାମ ଚଳେନି, ସ୍କିନକୁ ପ୍ରତି ସ୍ତରରେ ଯତ୍ନ ନେବା ଆବଶ୍ୟକ।
ଗ୍ଲୋ ସ୍କିନ ପାଇଁ ଆପଣାନ୍ତୁ ଏହି ଟିପ୍ସ:
–ହାଇଡ୍ରେସନ: ପାଣି ପିଇବା ସବୁଠୁ ସହଜ ଉପାୟ। ପ୍ରତିଦିନ ୮ରୁ ୧୦ ଗ୍ଲାସ ପାଣି ପିଅନ୍ତୁ। ଏହା ଶରୀରରେ ଟକ୍ସିନ ବାହାର କରିଥାଏ। ଏଥିସହ ଭିତରୁ ତ୍ୱଚାକୁ ଫ୍ରେସ୍ ରଖିଥାଏ। ଏହି ପାଣିରେ ଆପଣ ଲେମ୍ବୁ ଏବଂ କାକୁଡିର ଚୋପାକୁ ପକାଇ ପିଇପାରିବେ। ଏହା ତ୍ୱଚାକୁ ହାଇଡ୍ରେଟ୍ ରଖିବା ଲାଗି ସାହାଯ୍ୟ କରିଥାଏ।
–ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ: ଭିଟାମିନ୍ ସି, ଇ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ଯୁକ୍ତ ଖାଦ୍ୟ ଚର୍ମକୁ ଭିତରୁ ଚମକ ଦେଇଥାଏ। “ଆପଣଙ୍କ ଦୈନନ୍ଦିନ ଜୀବନଶୈଳୀରେ ଫଳ, ପନିପରିବା, ବାଦାମ ଏବଂ ସିଡ୍ସ ସାମିଲ କରନ୍ତୁ,”।
–ଖରା ଠାରୁ ଦୂରେଇ ରହିବା: UV ରଶ୍ମି ଚର୍ମକୁ କଳା ଏବଂ ନିର୍ଜୀବ କରିପାରେ। ଯଦି ଆପଣ ସବୁବେଳେ ଘର ଭିତରେ ରୁହନ୍ତି, ତେବେ ପ୍ରତି 4 ଘଣ୍ଟାରେ ସନସ୍କ୍ରିନ୍ ଲଗାଇବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଯଦି ଆପଣ ବହୁତ ସମୟ ପର୍ଯ୍ୟନ୍ତ ଖରାରେ ରୁହନ୍ତି, ତେବେ ପ୍ରତି 3-4 ଘଣ୍ଟାରେ ପୁନର୍ବାର ସନସ୍କ୍ରିନ୍ ଲଗାଇବା ଆବଶ୍ୟକ।
-ନିଦ ଏବଂ ଚାପର ସିଧାସଳଖ ପ୍ରଭାବ: ଅପର୍ଯ୍ୟାପ୍ତ ନିଦ ଏବଂ ମାନସିକ ଚାପ ମୁହଁରେ କ୍ଳାନ୍ତି ଏବଂ ମଳିନତା ସୃଷ୍ଟି କରିପାରେ। ଡାକ୍ତର ପରାମର୍ଶ ଦେଇଛନ୍ତି ଯେ, “ପ୍ରତିଦିନ ୭-୮ ଘଣ୍ଟା ଗଭୀର ନିଦରେ ଶୁଅନ୍ତୁ ଏବଂ ଧ୍ୟାନ କିମ୍ବା ଯୋଗ ପାଇଁ କିଛି ସମୟ ବାହାର କରନ୍ତୁ।”
-ତ୍ୱଚା ଯତ୍ନ ନିୟମିତ ରଖନ୍ତୁ: ତ୍ୱଚା ଯତ୍ନ ନିୟମିତ ଭାବରେ କ୍ଲିଞ୍ଜର ସାହାଯ୍ୟରେ ମୁହଁକୁ ସଫା କରିବା, ତା’ପରେ ମଇଶ୍ଚରାଇଜର ଲଗାଇବା ଏବଂ ଶେଷରେ ସନସ୍କ୍ରିନ୍ ଲଗାଇବା ଅନ୍ତର୍ଭୁକ୍ତ ହେବା ଉଚିତ। ଟୋନର ବ୍ୟବହାର ଆବଶ୍ୟକ ନୁହେଁ। ଏହାର ଅର୍ଥ ହେଉଛି କୌଣସି ମହଙ୍ଗା ଚିକିତ୍ସା ଦ୍ୱାରା ନୁହେଁ ବରଂ ଏହି ଛୋଟ ଛୋଟ ସୁସ୍ଥ ଅଭ୍ୟାସଗୁଡ଼ିକୁ ଆପଣାଇ ମୁହଁର ଚମକ ହାସଲ କରାଯାଇପାରିବ।