ପାରିଲାନି ପୁଅ, ଜଳ ବଦଳରେ ଶାଶୁଙ୍କୁ କାନ୍ଧରେ ଉଠାଇ କାଉଡ଼ି ଯାତ୍ରା କଲା ବୋହୂ
ବୋହୂ ହେବ ତ ଏମିତି । ଏଥର କାଉଁଡି ଯାତ୍ରାରେ, ଜଣେ ବୋହୂ ତାଙ୍କ ଶାଶୁଙ୍କୁ କାନ୍ଧରେ ବୋହି ତୀର୍ଥଯାତ୍ରାକୁ ନେଇଯାଇଛନ୍ତି।
ଓଡ଼ିଶା ଭାସ୍କର: ଆପଣ ଶ୍ରବଣ କୁମାରଙ୍କ ବିଷୟରେ ତ ଶୁଣିଥିବେ। ସେ ତାଙ୍କ ପିତାମାତାଙ୍କୁ କାନ୍ଧରେ ବସାଇ ତୀର୍ଥଯାତ୍ରା କରାଇଥିଲେ। କଳିଯୁଗରେ ମଧ୍ୟ ଅନେକ ପୁଅ ଅଛନ୍ତି ଯେଉଁମାନେ ସେମାନଙ୍କ ପିତାମାତାଙ୍କୁ ସମାନ ଭାବରେ ତୀର୍ଥଯାତ୍ରାକୁ ନେଇଯାଆନ୍ତି।
କିନ୍ତୁ ଆପଣ କ’ଣ ଏପରି କୌଣସି ବୋହୂଙ୍କ ବିଷୟରେ ଶୁଣିଛନ୍ତି, ଯିଏ ତାଙ୍କ ଶାଶୁଙ୍କ ପାଇଁ ‘ଶ୍ରବଣ କୁମାର’ ସାଜିଛନ୍ତି ? ଆଜ୍ଞା ହଁ, ଏଥର କାଉଁଡି ଯାତ୍ରାରେ, ଜଣେ ବୋହୂ ତାଙ୍କ ଶାଶୁଙ୍କୁ କାନ୍ଧରେ ବୋହି ତୀର୍ଥଯାତ୍ରାକୁ ନେଇଯାଇଛନ୍ତି। ଏହି ବୋହୂକୁ ଦେଖି ସମସ୍ତେ କେବଳ ଏତିକି କହୁଛନ୍ତି – “ବୋହୂ ହେବ ତ ଏମିତି”। ଏହି ଯାତ୍ରାରେ ନାତୁଣୀ ମଧ୍ୟ ମାଆଙ୍କ ସହିତ ଅଛନ୍ତି।
ଏହି ବୋହୂଙ୍କ ନାମ ହେଉଛି ଆରତୀ, ଯିଏ ୟୁପିର ହାପୁଡରୁ ଆସିଛନ୍ତି। ସେ ଶାଶୁ ଏବଂ ବୋହୂଙ୍କ ମଧ୍ୟରେ ସମ୍ପର୍କର ଏକ ନୂତନ ଉଦାହରଣ ସ୍ଥାପନ କରିଛନ୍ତି। ଆରତୀ ତାଙ୍କ ବୃଦ୍ଧ ଶାଶୁଙ୍କୁ କଉଁଡିରେ ବସାଇ ଏହି ଯାତ୍ରା ଆରମ୍ଭ କରିଥିଲେ । ଯେତେବେଳେ ସାଧାରଣତଃ ଲୋକମାନେ ଏହି ଯାତ୍ରାରେ କାଉଁଡିରେ ଗଙ୍ଗାଜଳ ଆଣିଥାନ୍ତି, ଆରତୀ କୁନ୍ତୁ ତାଙ୍କ ଶାସୁଙ୍କୁ ଆଣିଥିଲେ । ଏହାକୁ ଦେଖି ସମସ୍ତେ ବୋହୂଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ତେବେ ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।
ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି
ଆରତୀ ପ୍ରଥମେ ତାଙ୍କ ଶାଶୁଙ୍କୁ ଗଙ୍ଗାରେ ସ୍ନାନ କରାଇଥିଲେ ଏବଂ ଏବେ ସେ ତାଙ୍କୁ ନେଇ ହାପୁଡ ଫେରୁଛନ୍ତି। ଏହି ଅନନ୍ୟ କାର୍ଯ୍ୟ ଯୋଗୁଁ ଲୋକମାନେ ତାଙ୍କୁ ଶ୍ରବଣ କୁମାର ବୋଲି ଡାକି ସମ୍ମାନିତ କରୁଛନ୍ତି। ଏବେ ଆରତୀଙ୍କ ଶାସୁ ମଧ୍ୟ ବୋହୂ ଉପରେ ଗର୍ବିତ ଅନୁଭବ କରୁଛନ୍ତି ।
ଆଜିଠୁ ଆରମ୍ଭ କାଉଡିଆ ଯାତ୍ରା
ଆଜିଠୁ ଆରମ୍ଭ ହେଲା ଶ୍ରାବଣ ମାସ । ଜୁଲାଇ ୧୧ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ ଶ୍ରାବଣ ମାସ । କୁହାଯାଏ ଶ୍ରାବଣରେ ମହାଦେବଙ୍କ ଲିଙ୍ଗରେ ପାଣି ଢାଳିଲେ ଅଶେଷ ପୂଣ୍ୟ ମିଳିଥାଏ, ମନସ୍କାମନା ପୂର୍ଣ୍ଣ କରିଥାଆନ୍ତି ଶିବଶଙ୍କର । ତେଣୁ ସୋମବାରରେ ଭଗବାନ ଶିବଙ୍କଠାରେ ଜଳାଭିଷେକ ଲାଗି ବୋଲବମ୍ ଯାତ୍ରା କରିଥାଆନ୍ତି। କୁହାଯାଏ ଯେ ଭଗବାନ ଶିବଙ୍କୁ ଫଳ, ଫୁଲ, ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କଲେ ଯେତିକି ପ୍ରସନ୍ନ ହୋଇନଥାନ୍ତି ଜଳାଭିଷେକ ଦ୍ୱାରା ତା’ଠୁ ବେଶି ପ୍ରସନ୍ନ ହୋଇଥାଆନ୍ତି ମହାଦେବ ।