ମୋହନ ସରକାର ଲୋକଙ୍କ ରକ୍ତ ଶୋଷୁଛି, ଏ ସରକାର ବିରୋଧରେ ମୁଁ ଲଢ଼ିବାକୁ ଚାହୁଁଛି: ରାହୁଲ

ଭୁବନେଶ୍ୱର: ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ପୁରୀ ରଥଯାତ୍ରା ଅଘଟଣକୁ ନେଇ ୋମହନ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ ।

ଅଦାନୀ ଓ ତାଙ୍କ ପରିବାର ପାଇଁ ରଥ ରୋକାଗଲା ବୋଲି କହିଲେ ରାହୁଲ । ରାଜ୍ୟରେ ଲୋକଙ୍କ ସରକାର ନୁହେଁ ବରଂ ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର ଚାଲୁଥିବା କହି ରାହୁଲ ନିଜ ଭାଷଣାରେ ଟାର୍ଗେଟ କଲେ ।

ଏମାନଙ୍କ ଲକ୍ଷ୍ୟ ଆପଣମାନଙ୍କ ଜମିମ, ଜଙ୍ଗଲ ଚୋରି କରିବା । ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଯାଇଛନ୍ତି ।

ଏହି ମହିଳା କୁଆଡେ ଗଲେ କେହି ଜାଣି ନାହାନ୍ତି । ରାଜ୍ୟରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି, ସରକାର ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିରବ ଦ୍ରଷ୍ଟା ପାଲଟିଛି।

ରାଜ୍ୟ ସରକାର ଲୋକଙ୍କ ରକ୍ତ ଶୋଷୁଛି । ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।