ପେଟୁ ଅଫିସରଙ୍କ କାରନାମା, ଲୋକଙ୍କ ପଇସାରେ ଖାଇଲେ ୪୦,୦୦୦ ଟଙ୍କାର ଜଳଖିଆ
ଗୋଟିଏ ଘଣ୍ଟାର କାର୍ଯ୍ୟକ୍ରମରେ ଅଫିସରମାନେ ଖାଇଲେ ୪୦,୦୦୦ ଟଙ୍କାର ଜଳଖିଆ
ମଧ୍ୟପ୍ରଦେଶ: ଗୋଟିଏ ଘଣ୍ଟାରେ ସେ ୧୪ କିଲୋ ଡ୍ରାଏ ଫ୍ରୁଟ୍ସ, ୧୦୦ ରସଗୋଲା ଏବଂ ୬ ଲିଟର କ୍ଷୀର ଖାଇଦେଲେ ଏହି ଅଫିସର, ଯାହାଙ୍କ କାରନାମା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଶାହଡୋଲରେ।
ଏଠାରେ ଗୋଟିଏ ଘଣ୍ଟାର କାର୍ଯ୍ୟକ୍ରମରେ ଅଧିକାରୀମାନେ ୪୦,୦୦୦ ରୁ ଅଧିକ ଟଙ୍କାର ଏକ ଜଳଖିଆ ବିଲ୍ ଦେଖାଇଲେ, ଯେଉଁଥିରେ ୧୪ କିଲୋ ଡ୍ରାଏ ଫ୍ରୁଟ୍ସ ଅନ୍ତର୍ଭୁକ୍ତ ଥିଲା। ବିରୋଧୀ ଦଳ ଏହାକୁ ନେଇ ବିବାଦ କରି କହିଛନ୍ତି ଯେ ସାଧାରଣ ଲୋକଙ୍କ ଟଙ୍କା ଏହିପରି ଭାବେ ଅପବ୍ୟବହାରହେଉଛି।
ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲାରେ ଜଳ ଗଙ୍ଗା ସଂବର୍ଦ୍ଧନ ଅଭିଯାନ ଅଧୀନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦୁର୍ନୀତିର ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଗୋହପାରୁ ଜିଲ୍ଲାର ଭାଦୱାହି ଗ୍ରାମ ପଞ୍ଚାୟତରେ ଏକ କାର୍ଯ୍ୟକ୍ରମରେ ସରକାରୀ ରେକର୍ଡ ଅନୁଯାୟୀ, ପ୍ରଚୁର ପରିମାଣରେ ଖାଦ୍ୟ ପରିବେଷଣ କରାଯାଇଥିଲା।
ଯେଉଁଥିରେ ଅଧିକାରୀ ଏବଂ ଆୟୋଜକମାନେ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ୧୪ କିଲୋ ଡ୍ରାଏ ଫ୍ରୁଟ୍ସ ଖାଇଥିଲେ, ଯେଉଁଥିରେ ୫ କିଲୋ କାଜୁ, ୫ କିଲୋ ବାଦାମ ଏବଂ ୩ କିଲୋ କିସମିସ୍ ଅନ୍ତର୍ଭୁକ୍ତ ଥିଲା। ଏହା ବ୍ୟତୀତ ସେମାନେ ୬ ଲିଟର କ୍ଷୀର, ୫ କିଲୋ ଚିନି, ରସଗୁଲ୍ଲା, ନମକିନ୍, ବିସ୍କୁଟ୍ ଇତ୍ୟାଦି ଖାଇଥିଲେ।
କୁହାଯାଉଛି ଯେ ଏହି ଛୋଟ କାର୍ଯ୍ୟକ୍ରମରେ ଖାଦ୍ୟ ପାଇଁ ମୋଟ 19,000 ରୁ ଅଧିକ ଖର୍ଚ୍ଚ ହୋଇଥିଲା। ଚା ପାଇଁ ବ୍ୟବହୃତ କ୍ଷୀର ଏବଂ ଚିନିର ପରିମାଣ ଦେଖି ଲୋକମାନେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଉଛନ୍ତି। ମୋଟାମୋଟି ଭାବରେ, ସମଗ୍ର କାର୍ଯ୍ୟକ୍ରମରେ ପ୍ରାୟ 40,000 ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ବୋଲି କୁହାଯାଉଛି।