ରେଲଓ୍ୱେ ପକ୍ଷରୁ ବଡ଼ ଘୋଷଣା, କାଉଁଡ଼ିଆଙ୍କ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

କେଉଁଠାରୁ କେଉଁଠାକୁ ଚାଲିବ ଟ୍ରେନ୍? ଆସନ୍ତୁ ଜାଣିବା।

ନୂଆଦିଲ୍ଲୀ: କାଉଁଡ଼ିଆ ମାନଙ୍କ ପାଇଁ ଖୁସି ଖବର। ରେଲଓ୍ୱେ ପକ୍ଷରୁ କାଉଁଡ଼ିଆମାନଙ୍କ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଏମିତିରେ ଆଜିଠାରୁ ଆରମ୍ଭ ହେଉଛି ଶ୍ରାବଣ ମାସ। ଆଉ ଶ୍ରାବଣ ମାସର ପ୍ରଥମ ସୋମବାର ପଡୁଛି ୧୪ ତାରିଖ। ତେଣୁ ଆଜି କାଉଁଡ଼ିଆଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ରେଲଓ୍ୱେ।

ଭାରତୀୟ ରେଳବାଇ କାଉଁଡ଼ିଆ ଯାତ୍ରା ପାଇଁ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଘୋଷଣା କରିଛି।  ଯାହାଦ୍ୱାରା ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ କୌଣସି ଅସୁବିଧା ହେବ ନାହିଁ।

କେଉଁଠାରୁ କେଉଁଠାକୁ ଗଡ଼ିବ ଟ୍ରେନ୍: ସୂଚନା ଅନୁଯାୟୀ, ୧୧ ଜୁଲାଇରୁ ଦିଲ୍ଲୀରୁ ଶାମଲିକୁ ଚାଲୁଥିବା ଟ୍ରେନ୍ ନମ୍ୱର ୭୪୦୨୩ ପାସେଞ୍ଜର ଟ୍ରେନ୍ ହରିଦ୍ୱାର ପର୍ଯ୍ୟନ୍ତ ବଢ଼ାଯାଇଛି।

ଏହି ଟ୍ରେନ୍ ଏବେ ଜୁଲାଇ ୧୧ ତାରିକରୁ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରୁ ହରିଦ୍ୱାର ପର୍ଯ୍ୟନ୍ତ ଚାଲିବ।  ଏହି ଟ୍ରେନ୍ ଦିଲ୍ଲୀ ଜଙ୍କସନରୁ ରାତି ୮ଟାରେ ଛାଡ଼ିବ।

ରାତି ୧୦.୫୦ରେ ଶାମଲିରେ ପହଞ୍ଚିବ।  ତାପରେ ମଧ୍ୟାହ୍ନ ୧.୫୫ରେ ହରିଦ୍ୱାରରେ ପହଞ୍ଚିବ।  ସେହିପରି ଫେରିବା ପାଇଁ  ୭୪୦୨୨ ଟ୍ରେନ୍ ନମ୍ୱରରେ ସକାଳ ୩.୦୫ରେ ଦିଲ୍ଲା ଅଭିମୁଖେ ଛାଡ଼ିବ।  ଏହାପରେ ଏହି ଟ୍ରେନ୍ ସକାଳ ୬.୨୫ ରେ ଶାମଲି ଏବଂ ସକାଳ ୯.୨୫ ରେ ଦିଲ୍ଲୀ ରେଳ ଷ୍ଟେସନରେ ପହଞ୍ଚିବ।

 

ବାରାଣସୀରୁ ଉଜ୍ଜୟିନୀ: ମହାକାଳ ଏକ୍ସପ୍ରେସ୍ ବାରାଣସୀରୁ ଉଜ୍ଜୟିନୀ ପର୍ଯ୍ୟନ୍ତ ଚାଲିଥାଏ। ଏହି ଟ୍ରେନ୍ ଶିବଙ୍କ ନଗରୀ କାଶୀ ଅର୍ଥାତ୍ ଆଲାହାବାଦ, କାନପୁର, ଝାନ୍ସୀ ଦେଇ ବାରାଣସୀ ଜଙ୍କସନ୍ ଦେଇ ଉଜ୍ଜୟିନୀରେ ପହଞ୍ଚିବ।

ଏହି ଟ୍ରେନ୍ ମଙ୍ଗଳବାର ଏବଂ ଗୁରୁବାର ଚାଲିଥାଏ। ଶ୍ରାବଣ ମାସରେ ଦେଓଘର ଯାଉଥିବା ଭକ୍ତମାନଙ୍କ ପାଇଁ IRCTC ୧୭ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଲାଉଛି।

ଶ୍ରାବଣୀ ମେଳା ସ୍ୱତନ୍ତ୍ର ଟ୍ରେନ୍ ଚଲାଯିବ ଯାହା ବିହାରର ଯାତ୍ରୀମାନଙ୍କୁ ଲାଭ ଦେବ। ଆପଣ IRCTC ୱେବସାଇଟ୍ କିମ୍ବା IRCTC ରେଳ ସଂଯୋଗ ଆପ୍ ରୁ ଏହି ଟ୍ରେନ୍ ବୁକ୍ କରିପାରିବେ।

ସ୍ୱତନ୍ତ୍ର ଟ୍ରେନ୍: ଦିଲ୍ଲୀ ଶାହଦରା ରେଳ ଷ୍ଟେସନରୁ ସକାଳ ୪:୨୦ ରେ ଏକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚାଲିବ। ଏହି ଟ୍ରେନ୍ ଶାମଲି, ଟାପ୍ରି, ରୁରକି, ଜ୍ୱାଲାପୁର, ହରିଦ୍ୱାର, ମୋତିଚୁର ଏବଂ ରାଇୱାଲା ଦେଇ ସକାଳ ୧୧ ଟାରେ ଯୋଗନଗରୀ ଋଷିକେଶରେ ପହଞ୍ଚିବ।

ଫେରିବା ସମୟରେ, ଏହି ଟ୍ରେନ୍ ଯୋଗନଗରୀ ଋଷିକେଶରୁ ରାତି ୮:୩୫ ରେ ଛାଡ଼ି ୩:୫୦ ରେ ଦିଲ୍ଲୀ ଶାହଦରା ରେଳ ଷ୍ଟେସନରେ ପହଞ୍ଚିବ।