ବନ୍ଦ ହେବନି ଡ୍ରାଇଭର ମାନଙ୍କର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଚେତେଇ ଦେଲେ ଡ୍ରାଇଭର ସଂଘ ସଭାପତି

ସରକାର ଲିଖିତ ପ୍ରତିଶୃତି ନ ଦେବା ଯାଏଁ ଆନ୍ଦୋଳନରୁ ଓହରିବେନି ଡ୍ରାଇଭର।

ଭୁବନେଶ୍ୱର: ବନ୍ଦ ହେବନି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ।  ଆନ୍ଦୋଳନ ବନ୍ଦ ହେବନି ବୋଲି କହିଲେ ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି।

ଏମିତିରେ ଚାରି ଦିନ ହେବ ନିଜ ଦାବି ପୂରଣ ନେଇ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର ମହାସଂଘ। ଏହି ଆନ୍ଦୋଳନ ଆଗକୁ ଏହିପରି ଜାରି ରହିବ ବୋଲି ଡାଇଭର ମହାସଂଘ ଚେତେଇ ଦେଇଛି।

ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସେତେ ଦିନ ଯାଏଁ ଚାଲୁ ରହିବ, ଯେତେ ଦିନ ଯାଏଁ ସରକାର ଏଥିରେ ନିଜେ ହସ୍ତକ୍ଷେପ ନକରିଛନ୍ତି। କିମ୍ୱା ଡ୍ରାଇଭରମାନଙ୍କ ଦାବି ପୂରଣ ନହେଇଛି।

ଯଦି ସରକାର ଲିଖିତ ପ୍ରତିଶୃତି ଦିଅନ୍ତି ତାହାଲେ ଯାଇ ଆନ୍ଦୋଳନରୁ ଓହରିବୁ ବୋଲି କହିଛନ୍ତି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। କେବଳ ସେତିକି ନୁହେଁ  ଆନ୍ଦୋଳନରେ ସାମିଲ ହେବାକୁ ୩୦ଟି ଜିଲ୍ଲାର ଡ୍ରାଇଭରଙ୍କୁ ଅନୁରୋଧ କରୁଛନ୍ତି।

ମେଣ୍ଡୁଲି କହିଛନ୍ତି ରାଜରାସ୍ତାରେ ବିଶୃଙ୍ଖଳା କିମ୍ୱା ଗାଡ଼ି ଅଟକାଇଲେ ସରକାର ଆକ୍ସନ ନେଇପାରନ୍ତି। ତେଣୁ ଆମେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବୁ। ହେଲେ ଆନ୍ଦୋଳନ ବନ୍ଦ ହେବନି।