FM କଲେଜରେ ଅଘଟଣ, କଲେଜ ପରିସରରେ ନିଜ ଦେହରେ ନିଆଁ ଲଗାଇଦେଲେ ଛାତ୍ରୀ

କଲେଜ ପରିସରରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଛାତ୍ରୀଙ୍କ ଭାଇ।

ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜରେ ଅଘଟଣ। ଦେହରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଗୁରୁତର ଛାତ୍ରୀଙ୍କୁ ପ୍ରଥମେ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱରରୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ହେଲେ ଛାତ୍ରୀ ଜଣଙ୍କ କଲେଜ ପରିସରରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଉଛି। କଲେଜ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ଏନେଇ କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ ପିଡ଼ୀତା। ମାର୍କ କମାଇବାକୁ ବିଭାଗୀୟ ମୁଖ୍ୟ ଦେଉଥିଲେ ଧମକ। ହେଲେ ଅଧ୍ୟକ୍ଷ ତାଙ୍କ କଥା ଶୁଣିନଥିଲେ।

ଏହାସହ ଛାତ୍ରୀଙ୍କ ଭାଇ ଅଭିଯୋଗ କରିଛନ୍ତି କି,  ଫେବର ମାଗୁଥିଲେ ଅଧ୍ୟାପକ। ନହେଲେ ଫେଲ୍ କରିଦେବେ ବୋଲି କହୁଥିଲେ।  ପାସ୍ ଆଉଟ୍ କରିଦିଆଯିବନି କହି ନିର୍ଯ୍ୟାତନା ଦେଉଥିଲେ କହିଲେ ସହପାଠୀ। ଏକ ଛାତ୍ର ସଂଗଠନ ସହ ଥିବାରୁ ବି ହଇରାଣ କରାଯାଉଥିଲା କହିଲେ।

ବାଲେଶ୍ୱର FM ଘଟଣାରେ ବଢୁଛି ଅଭିଯୋଗ।  ପ୍ରିନ୍ସିପାଲ ଅଫିସକୁ ଦେଖା କରିବାକୁ ଯାଇଥିଲେ କହିଲେ ସହପାଠୀ।  ଆଉ ଫେରିବା ମାତ୍ରେ ଚାମ୍ୱର ସମ୍ମୁଖରେ ଜଳୁତିବା ଦେଖିଲୁ।

ହେଲେ ସବୁ ଅଫିସ୍ କର୍ମଚାରୀ ଥିଲେ ବି ବଞ୍ଚାଇବାକୁ ଚେଷ୍ଟା କଲେନି।  ସାମାନ୍ୟତମ ମାନବିକତା ବି ଦେଖାଇଲେନି ବୋଲି ଅଭିଯୋଗ କଲେ। ଆମେ ଦୌଡ଼ିଯାଇ ସାର୍ଟ ଖୋଲି ଲିଭାଇବାକୁ ଚେଷ୍ଟା କଲୁ। ମାତ୍ର ସେତେବେଳକୁ ପୂରା ଶରୀରରେ ନିଆଁ ଲାଗି ଯାଇଥିଲା।