ସ୍ୱାମୀଙ୍କ ଫୋନରେ ଥିଲା ସ୍ତ୍ରୀ ଓ ତାର ପ୍ରେମିକର ଅନ୍ତରଙ୍ଗ ଫଟୋ, ପ୍ରେମିକ ସହ ମିଶି ଏମିତି କାଣ୍ଡ କଲା ପତ୍ନୀ

ନୂଆଦିଲ୍ଲୀ: ରାଜଧାନୀରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି।  ଜଣେ ବିବାହିତ ମହିଳା ତାଙ୍କ ସ୍ୱାମୀଙ୍କ ଅଜାଣତରେ ଆଉ ଜଣେ ଯୁବକ ସହ ଅନୈତିକ ସମ୍ପର୍କ ରଖୁଥିଲେ। ଯିଏକି ତାଙ୍କ ପ୍ରେମିକ।

ହେଲେ ପ୍ରେମିକ ସହ ଅନ୍ତରଙ୍ଗ ସମୟର କିଛି ଫଟୋ ସ୍ୱାମୀଙ୍କ ଫୋନରେ ରହିଯାଇଥିଲା। ଯାହାକୁ ଦେଖିନଥିଲେ ସ୍ୱାମୀ। ହେଲେ ସ୍ୱାମୀଙ୍କ ଫୋନରୁ କିପରି ସେ ଫଟୋକୁ ଡିଲିଟ୍ କରିବେ ଏଥିପାଇଁ ପ୍ରେମିକ ସହ ମିଶି ପ୍ଲାନ୍ କରିଥିଲେ ସ୍ତ୍ରୀ।

ସ୍ୱାମୀର ଫୋନ୍ ଚୋରି: ତେବେ ଏହି ଘଟଣାଟି ହେଉଛି ଦକ୍ଷିଣ ଦିଲ୍ଲୀର ସୁଲତାନପୁର ଅଞ୍ଚଳର। ମାଷ୍ଟରମାଇଣ୍ଡ ସ୍ତ୍ରୀ ଜଣକ ପ୍ରେମିକ ସହ ମିଶି ଦୁଇଜଣ ଚୋରଙ୍କୁ ସୁପାରୀ ଦେଇଥିଲା। ଆଉ ସ୍ୱାମୀଙ୍କ ଯିବା ଆସିବାର ସମ୍ପୂର୍ଣ୍ଣ ଡିଟେଲ୍ସ ସେମାନଙ୍କୁ ଜଣାଇଥିଲା।

ପରେ ଜୁନ୍ ୧୯ ତାରିଖରେ ଯେତେବେଳେ ସ୍ୱାମୀ ଜଣକ ତାଙ୍କ ଦୈନନ୍ଦିନ କାର୍ଯ୍ୟ କରିବାକୁ ବାହାରକୁ ଯାଇଥିଲେ, ସେତେବେଳେ ପ୍ଲାନ୍ ହିସାବରେ ଚୋରମାନେ ତାଙ୍କ ଫୋନ୍ ଛଡ଼ାଇ ନେଇ ଫେରାର ହୋଇଗଲେ।

ସାମ୍ନାକୁ ଆସିଲା ସତ: ପରେ ସ୍ୱାମୀ ଜଣକ ଫୋନ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗ ଆଧାରରେ ତଦନ୍ତ କରି ପୋଲିସ ଅଙ୍କିତ ଗେହଲଟ୍ ନାମକ ଜଣେ ଛିନତାଇକାରୀଙ୍କୁ ଗିରଫ କରିଥିଲା।

ତାପରେ ସବୁ ସତ ସାମ୍ନାକୁ ଆସିଥିଲା। ଗିରଫ ଚୋର ଜଣକ ପୋଲିସକୁ କହିଥିଲା କି,  ମହିଳା ଜଣଙ୍କ ତାଙ୍କୁ ଚୋରି କରିବାକୁ ଟଙ୍କା ଦେଇଥିଲେ। କାରଣ ମହିଳା ଜଣକ ଅନ୍ୟ ଜଣେ ପୁରୁଷଙ୍କ ସହିତ ସମ୍ପର୍କରେ ଥିଲେ।

ହେଲେ ତାଙ୍କ ସ୍ୱାମୀଙ୍କ ଫୋନରେ ତାଙ୍କର ଓ ତାଙ୍କ ପ୍ରେମିକଙ୍କ ଫଟୋ ଥିଲା। ଯାହାକୁ ଡିଲିଟ୍ କରିବା ପାଇଁ ଚୋରିର ପ୍ଲାନ୍ ରଚାଯାଇଥିଲା। ସତ ଜଣାପଡିବା ପରେ ପୋଲିସ ମହିଳାଙ୍କୁ ଗିରଫ କରିଛି ହେଲେ ପ୍ରେମିକ ଜଣକ ଫେରାର ଅଛନ୍ତି।