ଜନତାଙ୍କୁ ବଡ଼ ଉପହାର; ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ମିଳିବ ବିଜୁଳି, ଅର୍ଥ ବିଭାଗରୁ ମିଳିଲା ମଞ୍ଜୁରୀ
ଏହି ରାଜ୍ୟରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ମିଳିବ ବିଜୁଳି
ନୂଆଦିଲ୍ଲୀ: ଖୁବଶୀଘ୍ର ଲୋକଙ୍କୁ ମଗଣାରେ ବିଜୁଳି ମିଳିବାକୁ ଯାଉଛି। ବିଜୁଳି ବିଭାଗ ପ୍ରସ୍ତାବ କରିଛି, ଯେଉଁଥିରେ ଅର୍ଥ ବିଭାଗରୁ ମଞ୍ଜୁରୀ ମଧ୍ୟ ମିଳିସାରିଛି। ବର୍ତ୍ତମାନ କ୍ୟାବିନେଟ୍ରୁ ସ୍ୱୀକୃତି ମିଳିବା ବାକି ଅଛି। କ୍ୟାବିନେଟରୁ ସ୍ୱୀକୃତି ମିଳିବା ମାତ୍ରେ ଏହି ଯୋଜନା ଲାଗୁ ହୋଇଯିବ।
ପ୍ରକୃତରେ ଚଳିତ ବର୍ଷ ବିବାହରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଚଳାଇଛନ୍ତି। ସେହିପରି ନିର୍ବାଚନ ପୂର୍ବରୁ ନୀତିଶ ସରକାର ଜନତାଙ୍କୁ ଅନେକ ବଡ଼ ବଡ଼ ଉପହାର ଦେଉଛନ୍ତି।
ଏହାରି ମଧ୍ୟରେ ବିହାରର ଜନତାଙ୍କୁ ୧୦୦ ୟୁନିଟ ବିଜୁଳି ବିଲ୍ ମଧ୍ୟ ମାଗଣାରେ ମିଳିବାକୁ ଯାଉଛି। ନୀତିଶ ସରକାର ଖୁବଶୀଘ୍ର ଏହି ପ୍ରସ୍ତାବକୁ ପାସ୍ କରିବାକୁ ଯାଉଛନ୍ତି।
ସାମାଜିକ ସୁରକ୍ଷା ପେନସନର ପରିମାଣ ବୃଦ୍ଧି ପରେ ବର୍ତ୍ତମାନ ବିହାର ସରକାର ନିର୍ବାଚନ ବର୍ଷରେ ୧୦୦ ୟୁନିଟ ପ୍ରତି ପରିବାରକୁ ମାଗାଣା ବିଜୁଳି ଦେବାର ଯୋଜନା ପ୍ରସ୍ତୁତ କରୁଛନ୍ତି।
ବିଜୁଳି ବିଭାଗ ଏହାର ପ୍ରସ୍ତାବ ପ୍ରସ୍ତୁତ କରୁଛି। ଏହା ଉପରେ ଅର୍ଥ ବିଭାଗ ନିଜର ସହମତି ପ୍ରକାଶ କରିଛି। ମଙ୍ଗଳବାର ଦିନ କ୍ୟାବିନେଟର ସ୍ୱୀକୃତି ମିଳିବା ପରେ ଏହି ଯୋଜନା ଲାଗୁ ହୋଇପାରେ।