ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣା: FM ପ୍ରିନ୍ସିପାଲ ଏବଂ HODଙ୍କୁ କରାଗଲା ସସ୍‌ପେଣ୍ଡ, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

FM ପ୍ରିନ୍ସିପାଲ ଏବଂ HOD ସସ୍‌ପେଣ୍ଡ

ବାଲେଶ୍ୱର: ଆଜି ବାଲେଶ୍ୱର ଫକୀର ମୋହନ କଲେଜରେ ଏକ ବଡ଼ ଅଘଟଣ ଘଟିଛି। ଦେହରେ ନିଆଁ ଲଗାଇ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଛାତ୍ରୀଙ୍କୁ ପ୍ରଥମେ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱରରୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଛାତ୍ରୀ ଜଣଙ୍କ କଲେଜ ପରିସରରେ ଦେହରେ ନିଆଁ ଲଗାଇ ପ୍ରାଣହାରିବା ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଉଥିଲା। କଲେଜ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା।

FM ପ୍ରିନ୍ସିପାଲ ଏବଂ HOD ସସ୍‌ପେଣ୍ଡ: ବର୍ତ୍ତମାନ ବାଲେଶ୍ୱର ଏଫଏମ ପ୍ରିନ୍ସିପାଲ ଓ ଶିକ୍ଷା ବିଭାଗ ଏଚଓଡିଙ୍କୁ ସସ୍‌ପେଣ୍ଡ କରାଯିବା ଖବର ସାମ୍ନାକୁ ଆସିଛି। ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଏବଂ ଏଚଓଡି ସମୀର ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଛାତ୍ରୀଙ୍କ ଆତ୍ମାହୂତୀ ଉଦ୍ୟମ ଘଟଣାରେ ସସ୍‌ପେଣ୍ଡ କରିଛି ଉଚ୍ଚଶିକ୍ଷା ବିଭାଗ। କାର୍ଯ୍ୟାନୁଷ୍ଠାନ ବାବଦରେ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଏମ୍ସରେ ଅଛନ୍ତି ଛାତ୍ରୀ: ଭୁବନେଶ୍ୱର ଏମ୍ସରେ ବାଲେଶ୍ୱରରେ ଆତ୍ମାହୂତି ଉଦ୍ୟମ କରିଥିବା ଛାତ୍ରୀ। ଅବସ୍ଥା ସଂକଟାପନ୍ନ ଥିବାରୁ ବାଲେଶ୍ୱରରୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି।

ଏଫଏମ କଲେଜ କ୍ୟାମ୍ପସରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଅଛନ୍ତି। ଜଣେ ଅଧ୍ୟାପକ ଫେବର ଦାବି କରିବା ପରି ଗୁରୁତର ଅଭିଯୋଗ କରିଥିଲେ।

ବାଲେଶ୍ୱର ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଭୁବନେଶ୍ୱର ଏମ୍ସରେ ଗୁରୁତର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଯାଇ କହିଛନ୍ତି ଏହି କଥା।

ମାର୍କ କମାଇବାକୁ ବିଭାଗୀୟ ମୁଖ୍ୟ ଧମକ ଦେଉଥିଲେ ବୋଲି ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହାସହ ଛାତ୍ରୀଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ଫେବର ମାଗୁଥିଲେ ଅଧ୍ୟାପକ। ନହେଲେ ଫେଲ୍ କରିଦେବେ ବୋଲି କହୁଥିଲେ।

ପାସ୍ ଆଉଟ୍ କରିଦିଆଯିବନି କହି ନିର୍ଯ୍ୟାତନା ଦେଉଥିଲେ କହିଲେ ସହପାଠୀ। ଏକ ଛାତ୍ର ସଂଗଠନ ସହ ଥିବାରୁ ବି ହଇରାଣ କରାଯାଉଥିଲା କହିଲେ। ବାଲେଶ୍ୱର FM ଘଟଣାରେ ବଢୁଛି ଅଭିଯୋଗ। ପ୍ରିନ୍ସିପାଲ ଅଫିସକୁ ଦେଖା କରିବାକୁ ଯାଇଥିଲେ କହିଲେ ସହପାଠୀ। ଆଉ ଫେରିବା ମାତ୍ରେ ଚାମ୍ୱର ସମ୍ମୁଖରେ ଜଳୁଥିବା ଦେଖିଲୁ।