ରାଜଧାନୀରେ ଚାଞ୍ଚଲ୍ୟ, ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଅଡ଼ି କାର, ଫଳରେ…
୫ ଜଣଙ୍କ ଉପରେ ଚଢ଼ିଗଲା ଗାଡ଼ି।
ନୂଆଦିଲ୍ଲୀ: ରାଜଧାନୀରେ ଭୟଙ୍କର ଦୁର୍ଘଟଣା। ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଅଡି ଗାଡ଼ି। ଫଳରେ ୫ ଜଣ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ଘଟଣାଟି ରାତି ପ୍ରାୟ ୧.୪୫ ମିନିଟ ସମୟରେ ଘଟିଥିଲା। ମଦ ପିଇ କାର୍ ଡ୍ରାଇଭର ଗାଡ଼ା ଚଲାଉଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। କାର ଡ୍ରାଇଭରକୁ ମଧ୍ୟ ଗିରଫ କରାଯାଇଛି।
ଭୟଙ୍କର ଦୁର୍ଘଟଣା: ଘଟଣାଟି ରାଜଧାନୀ ଦିଲ୍ଲୀର। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳର ଶିବ କ୍ୟାମ୍ପ ନିକଟରେ ଫୁଟପାଥରେ ଶୋଇଥିଲେ ଗରିବ ଲୋକ।
ହେଲେ ରାତି ପ୍ରାୟ ୧.୪୫ ସମୟରେ ଏକ ମଦ୍ୟପ ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଲାଇ ଆସୁଥିବା ବେଳେ, ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା।
ଫଳରେ ଘଟଣାରେ ୫ ଜଣ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଲିଛି। ଗୁରୁତରଙ୍କ ମଧ୍ୟରେ ଜଣେ ୮ ବର୍ଷର ଶିଶୁ ମଧ୍ୟ ଅଛନ୍ତି।
ମଦ ପିଇଥିଲା ଡ୍ରାଇଭର: ଘଟଣା ସମ୍ପର୍କରେ ପୋଲିସ କହିଛି କି, ଅଭିଯୁକ୍ତ କାର ଡ୍ରାଇଭରଙ୍କ ଡାକ୍ତରୀ ରିପୋର୍ଟରୁ ନିଶ୍ଚିତ ହୋଇଛି ଯେ ଘଟଣା ସମୟରେ ସେ ମଦ୍ୟପାନ କରିଥିଲେ।
ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ପୀଡିତମାନେ ହେଲେ, ଲାଧି (40), ତାଙ୍କ ଆଠ ବର୍ଷର ଝିଅ ବିମଳା, ତାଙ୍କ ସ୍ୱାମୀ ସବାମି ଓରଫ ଚିର୍ମା (45), ରାମ ଚନ୍ଦ୍ର (45) ଏବଂ ତାଙ୍କ ସ୍ତ୍ରୀ ନାରାୟଣୀ (35) ଭାବରେ ଚିହ୍ନଟ କରାଯାଇଛି।
ସମସ୍ତେ ରାଜସ୍ଥାନର ବାସିନ୍ଦା। ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।
ଅଭିଯୁକ୍ତ ଡ୍ରାଇଭର ଗିରଫ: ଦିଲ୍ଲୀ ପୋଲିସ କହିଛି, “ବସନ୍ତ ବିହାରର ଶିବ କ୍ୟାମ୍ପ ବିପରୀତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଫୁଟପାଥରେ ଶୋଇଥିବା ଲୋକଙ୍କୁ ଏକ ଅଡି କାର ଚାପି ଦେଇଥିଲା।
ଏହି ଘଟଣା ୯ ଜୁଲାଇ ୨୦୨୫ ରେ ରାତି ପ୍ରାୟ୧.୪୫ ରେ ଘଟିଥିଲା। ଦିଲ୍ଲୀ ପୋଲିସ ଏକ PCR କଲ୍ ମାଧ୍ୟମରେ ସୂଚନା ପାଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଡିର ଡ୍ରାଇଭର, ଉତ୍ସବ ଶେଖର (୪୦) ଦ୍ୱାରକା ନିବାସୀଙ୍କୁ ଗିରଫ କରାଯାଇଥିଲା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।”