ଉତ୍ତରପ୍ରଦେଶ: ଦେହ ବ୍ୟବସାୟରେ ଜଡିତ ଥିବା ଏକ ରାକେଟର ପର୍ଦ୍ଦାଫାଶ ହୋଇଛି। ଏହି ପର୍ଦ୍ଦାଫାଶ ଉତ୍ତର ପ୍ରଦେଶର କାନପୁରରେ ହୋଇଥିବାବେଳେ ଅନଲାଇନରେ ଏହି ସବୁ କାରବାର ଚାଲିଥିଲା। ଯେଉଁଥିରେ ରୁଷିଆନଙ୍କଠାରୁ ଆରମ୍ଭ କରି କଲେଜ ଝିଅ ପର୍ଯ୍ୟନ୍ତ ଅନେକ ଝିଅ ଜଡିତ ଥିଲେ।
ଯଦି କୌଣସି ଗ୍ରାହକଙ୍କ ପାଖରେ ଏସବୁ କରିବା ପାଇଁ ସଠିକ ଜାଗା ନଥିଲା ସେଥିପାଇଁ ମଧ୍ୟ ଏମାନେ ଘରର ବ୍ୟବସ୍ଥା କରୁଥିଲେ। ପୋଲିସ ଦେହ ବ୍ୟବସାୟରେ ଜଡିତ ଝିଅମାନଙ୍କ ସହିତ ଅପରେଟରଙ୍କୁ ମଧ୍ୟ ଗିରଫ କରିଛି।
କାନପୁରର କଲ୍ୟାଣପୁର ଅଞ୍ଚଳର ଗୁବା ଗାର୍ଡେନରେ ଏକ ଘରେ ଦେହ ବ୍ୟବସାୟ ଚାଲିଥିବା ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ, ପୋଲିସ ଦଳ ଘରେ ଚଢାଉ କରିଥିଲେ ଏବଂ ଏକ ସମ୍ପୂର୍ଣ୍ଣ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଥିଲା। ସେଠାରେ ପୋଲିସ ଜାଣିବାକୁ ପାଇଲା ଯେ ଏହି ଗ୍ୟାଙ୍ଗ ଅନଲାଇନ ଦ୍ୱାରା ଏହି କାମ ସବୁ କରୁଥିଲେ।
ହ୍ୱାଟସଆପରେ ଗ୍ରାହକମାନଙ୍କୁ ଝିଅମାନଙ୍କ ଫଟୋ ପଠାଯାଉଥିଲା। ଏହା ସହିତ ଦାମ ମଧ୍ୟ ଲେଖାଯାଉଥିଲା। ଯେତେବେଳେ ଗ୍ରାହକ ଝିଅମାନଙ୍କୁ ପସନ୍ଦ କରୁଥିଲେ, ସେତେବେଳେ ଝିଅମାନଙ୍କୁ ସେମାନେ କହିଥିବା ଘର କିମ୍ବା ହୋଟେଲକୁ ପଠାଯାଉଥିଲା।
ଯଦି କାହା ପାଖରେ ସେପରି ଘର କିମ୍ବା ହୋଟେଲର ସୁବିଧା ନଥିଲା, ତେବେ ଏହି ଗ୍ୟାଙ୍ଗ୍ ତାଙ୍କ ପାଇଁ ଘରର ବ୍ୟବସ୍ଥା ମଧ୍ୟ କରୁଥିଲା। ସେଥିପାଇଁ ସେମାନେ 2 ଘଣ୍ଟାକୁ 500 ଟଙ୍କା ମଧ୍ୟ ନେଉଥିଲେ।
ଏହି ଗ୍ୟାଙ୍ଗରେ କଲେଜ ଝିଅଙ୍କଠାରୁ ଆରମ୍ଭ କରି ରୁଷିଆନ ଝିଅଙ୍କ ପର୍ଯ୍ୟନ୍ତ ଟଙ୍କା ଅନୁଯାୟୀ ଉପଲବ୍ଧ କରାଯାଉଥିଲା। ଚଢାଉ ସମୟରେ ପୋଲିସ ଘରୁ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ପାଇଥିଲା, ଯାହାକୁ ଜବତ କରାଯାଇଛି। ପୋଲିସ ଘରୁ ଦୁଇଜଣ ଅପରେଟର, ଦୁଇଜଣ ମହିଳା ଏବଂ ସାତ ଜଣ ଗ୍ରାହକଙ୍କୁ ଗିରଫ କରିଛି।
ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ଏବଂ ଦୁଇଜଣ ନାବାଳକ ପୁଅ ମଧ୍ୟ ଅଛନ୍ତି। ଏଡିସିପି କପିଲ ଦେବ ସିଂହଙ୍କ ଅନୁଯାୟୀ, ପୋଲିସ ଅନୈତିକ ଟ୍ରାଫିକ୍ (ନିବାରଣ) ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଛି ଏବଂ ମାମଲାର ତଦନ୍ତ କରୁଛି।