ୱାଶିଂଟନ୍ ସୁନ୍ଦରଙ୍କ ହାତରୁ ବାହାରିଲା ‘Magical’ ବଲ୍, ଭାରତକୁ ୧୯୩ ରନ୍ର ଟାର୍ଗେଟ୍ ଦେଲା ଇଂଲଣ୍ଡ
ଲର୍ଡସ ଟେଷ୍ଟ: ଭାରତ ଆଗରେ ୧୯୩ ରନ୍ର ଟାର୍ଗେଟ ରଖିଲା ଇଂଲଣ୍ଡ
ନୂଆଦିଲ୍ଲୀ: ଲର୍ଡସରେ ଚାଲିଥିବା ଟେଷ୍ଟରେ ଭାରତ ଆଗରେ ୧୯୩ ରନ୍ର ଟାର୍ଗେଟ ରଖିଲା ଇଂଲଣ୍ଡ। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୯୨ ରନରେ ଅଲଆଉଟ୍ ହୋଇଛି। ୱାଶିଂଟନ୍ ସୁନ୍ଦରଙ୍କୁ ୪, ବୁମରା ଓ ସିରାଜଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଛି।
ୱାଶିଂଟନ୍ ସୁନ୍ଦର ଏହି ମ୍ୟାଚରେ ଧମାଲ କରିଛନ୍ତି। ସେ ଇଂଲଣ୍ଡର ସବୁଠୁ ଭଲ ଖେଳାଳିଙ୍କୁ ପାଭେଲିୟନ ପଠାଇବାରେ ସଫଳ ହାସଲ କରିଛନ୍ତି। ସୁନ୍ଦରଙ୍କ ହାତରୁ ବାହାରିଥିବା ଯାଦୁକାରୀ ବଲ ସ୍ମିଥ ବୁଝିପାରିନଥିଲେ। ବଲ୍ ତାଙ୍କୁ ଚକମା ଦେଇ ଷ୍ଟମ୍ପରେ ଯାଇ ଲାଗିଥିଲା।