ଶ୍ରାବଣ ମାସର ପ୍ରଥମ ସୋମବାରରେ ଦେଶର ସବୁ ଶୈବପୀଠରେ କାଉଁଡ଼ିଆଙ୍କ ଭିଡ଼

କାହିଁକି ଶ୍ରାବଣ ମାସରେ କରାଯାଏ କାଉଁଡ଼ିଆ ଯାତ୍ରା?

ନୂଆଦିଲ୍ଲୀ: ଶ୍ରାବଣ ମାସ ଆରମ୍ଭ ହୋଇସାରିଛି।  ଏହି ପୂରା ମାସଟି ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଆଉ ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ଶୋମବାର। ତେଣୁ ଆଜି ଦେଶର ସବୁ ଶିବ ମନ୍ଦିରରେ କାଉଁଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି।

କୁହାଯାଏ ଏହି ମାସର ପ୍ରଥମ ସୋମବାର ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ସୋମବାର ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ। ତେଣୁ ଶିବ ଭକ୍ତମାନେ ଏହି ଦିନରେ ଉପବାସ ଏବଂ ପୂଜା ନୀତି ପାଳନ କରନ୍ତି।

ବିଶ୍ୱାସ ରହିଛି ଏହି ମାସରହେ ଦେବୀ ପାର୍ବତୀଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ଆବିର୍ଭୂତ ହୋଇ ଦେବୀ ପାର୍ବତୀଙ୍କୁ ପତ୍ନୀ ଭାବରେ ଗ୍ରହଣ କରିଥିଲେ।

ଏହା ମଧ୍ୟ କୁହାଯାଏ ଯେ ପ୍ରତିବର୍ଷ ଦେବତାମାନଙ୍କ ଦେବତା ମହାଦେବ ଏହି ମାସରେ ତାଙ୍କ ଶ୍ୱଶୁର ଘରକୁ ଆସିଥାନ୍ତି। ତେଣୁ ଏହି ସମ୍ପୂର୍ଣ୍ଣ ମାସକୁ ବହୁତ ପବିତ୍ର ବୋଲି ବିବେଚନା କରାଯାଏ।

ଏହି ମାସର ପ୍ରଥମ ସୋମବାର ଆହୁରି ବିଶେଷ କାରଣ ସୋମବାର ପୂର୍ବରୁ ଭଗବାନ ଶିବଙ୍କ ପାଇଁ ଉତ୍ସର୍ଗୀକୃତ। ତେଣୁ ଭକ୍ତମାନେ ଏହି ଦିନରେ ଉପବାସ ଏବଂ ପୂଜା ନୀତି ପାଳନ କରନ୍ତି।

ସେଥିପାଇଁ ଆଜି ମାସର ପ୍ରଥମ ସୋମବାରରେ ଦେଶର ସବୁ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି। ସବୁ ଭକ୍ତ ମନରେ ଅନେକ ମାନସିକ କରି ଶିବ ଲିଙ୍ଗରେ ଜଳାଭିଷେକ କରୁଛନ୍ତି।