BREAKING: ବମ୍‌ରେ ଉଡ଼ାଇଦେବୁ ସ୍କୁଲ, ଇ-ମେଲ ଜରିଆରେ ଦିଲ୍ଲୀର ସ୍କୁଲକୁ ଧମକ

ଦିଲ୍ଲୀ ସ୍ଥିତି ଦୁଇଟି ସ୍କୁଲ ଚାଣକ୍ୟପୁରର ନ୍ୟାଭି ସ୍କୁଲ ଏବଂ ସିଆରପିଏଫ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ବୋମାରେ ଉଡ଼ିଯିବ ସ୍କୁଲ । ଏଭଳି କିଛି ଧମକ ମିଳିଛି ରାଜଧାନୀରେ ଥିବା ଦୁଇଟି ସ୍କୁଲକୁ । ନୂଆଦିଲ୍ଲୀ ସ୍ଥିତି ଦୁଇଟି ସ୍କୁଲ ଚାଣକ୍ୟପୁରର ନ୍ୟାଭି ସ୍କୁଲ ଏବଂ ସିଆରପିଏଫ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି ।

ଇ-ମେଲ ଜରିଆରେ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସ୍କୁଲରେ ଭୟର ବାତାବରଣ ଖେଳିଯାଇଛି ।

ସ୍କୁଲ କର୍ମଚାରୀ ମଧ୍ୟ ଏହି ଖବର ପାଇବା ପରେ ଭୟଭୀତ ହୋଇପଡ଼ିଛନ୍ତି । ଏହି ଖବର ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଦେଇଛନ୍ତି ।

ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ହେଲେ ଏପର୍ଯ୍ୟନ୍ତ ସ୍କୁଲରୁ କିଛି ସନ୍ଦିଗ୍ଧ ଜିନିଷ ମିଳିନାହିଁ । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀର ଅନେକ ସ୍କୁଲକୁ ଇ-ମେଲ ଜରିଆରେ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି ।