କର୍ଣ୍ଣାଟକ: ମାତ୍ର ପାଞ୍ଚ ହଜାର ଟଙ୍କା ପାଇଁ ଜଣେ ଯୁବ ଲୋକ ଗାୟକଙ୍କୁ ନିର୍ମମ ଭାବରେ ହତ୍ୟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଲଗାମ ଜିଲ୍ଲାରେ। ମୃତ ଲୋକ ଗାୟକଙ୍କ ନାମ ମାରୁତି ଆଦିଭେପ୍ପା ଲାଠେ (୨୨) ଥିବାବେଳେ ସେ ଜଣେ ପ୍ରତିଭାବାନ ଲୋକ ଗାୟକ ଥିଲେ।
ବାସ୍ତବରେ ମାରୁତି ଅଭିଯୁକ୍ତ ଇରାପ୍ପା ଆକ୍କିଭାଟେଙ୍କଠାରୁ ୫୦ ହଜାର ଟଙ୍କା ଆଖୁ କାଟିବା ପାଇଁ ନେଇଥିଲେ। କିନ୍ତୁ ତାଙ୍କ ଗୀତାର ପ୍ରବଳ ଚାହିଦା ଥିବା ହେତୁ ସେ ଏହି କାମ କେବେଳ କିଛି ଦିନ କରି ବନ୍ଦ କରିଦେଇଥିଲେ।
କିଛି ଦିନ କାମ କରି ମଧ୍ୟ ସେ ଇରାପ୍ପା ଆକ୍କିଭାଟେଙ୍କୁ 45 ହଜାର ଟଙ୍କା ଫେରାଇ ଦେଇଥିଲେ। କାରଣ ସେ ସଂଗୀତ ଉପରେ ଅଧିକ ଧ୍ୟାନ ଦେବାକୁ ଚାଁହୁଥିଲେ।
ମାରୁତି ଇରାପ୍ପାଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରାଇନଥିବାରୁ ଇରାପ୍ପା ରାଗିଯାଇ ତାଙ୍କ ଉପରେ ଆକ୍ରମଣ କଲେ। ମାରୁତି ତାଙ୍କ ବନ୍ଧୁଙ୍କ ସହିତ କୌଣସି ଏକ ସ୍ଥାନକୁ ଯାଉଥିବା ସମୟରେ ଇରାପ୍ପା ତାଙ୍କର କିଛି ଲୋକଙ୍କ ସହ ରାସ୍ତାରେ ତାଙ୍କୁ ଅଟକାଇ ଧାରୁଆ ଅସ୍ତ୍ରରେ ମରଣାତ୍ମକ ଆକ୍ରମଣ କରିଥିଲେ। ତା ପରେ ସେ ମାରୁତିଙ୍କ ଉପରେ କାର ଚଢାଇ ତାଙ୍କୁ ମାରିଦେଲେ।
ମାରୁତିଙ୍କ ହତ୍ୟା ମାମଲାରେ ରାୟବାଗ ଥାନାରେ ୧୧ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ପୋଲିସ ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି।