ମସ୍ତିଷ୍କ ରକ୍ତସ୍ରାବ (Brain Hemorrhage) ଏକ ଗୁରୁତର ଚିକିତ୍ସାଜନିତ ଅବସ୍ଥା, ଯେଉଁଥିରେ ମସ୍ତିଷ୍କ ଭିତରେ କିମ୍ବା ଆଖପାଖରେ ରକ୍ତସ୍ରାବ ହୁଏ, ଯାହା ମସ୍ତିଷ୍କ ଉପରେ ଚାପ ସୃଷ୍ଟି କରିପାରେ ଏବଂ ଏହାର କାର୍ଯ୍ୟକ୍ଷମତାକୁ କ୍ଷତି ପହଞ୍ଚାଇପାରେ। ଏହାର ଗୁରୁତରତା ରକ୍ତସ୍ରାବର ପ୍ରକାର, ପରିମାଣ, ଅବସ୍ଥାନ ଏବଂ ଚିକିତ୍ସାରେ ବିଳମ୍ବ ଉପରେ ନିର୍ଭର କରେ। ଏହି ଅବସ୍ଥାରେ ମଣିଷ କେତେ ସମୟ ବଞ୍ଚି ରହିପାରେ ତାହା ଅନେକ କାରଣ ଉପରେ ନିର୍ଭର କରେ।
ମସ୍ତିଷ୍କ ରକ୍ତସ୍ରାବରେ ବଞ୍ଚିବାର ସମୟ
ମସ୍ତିଷ୍କ ରକ୍ତସ୍ରାବର ଗୁରୁତରତା ଅନୁଯାୟୀ ମଣିଷର ବଞ୍ଚିବାର ସମୟ ଭିନ୍ନ ହୋଇପାରେ। ଚିକିତ୍ସକଙ୍କ ମତରେ:ଗୁରୁତର ମସ୍ତିଷ୍କ ରକ୍ତସ୍ରାବ: ଯଦି ରକ୍ତସ୍ରାବ ଅଧିକ ଏବଂ ମସ୍ତିଷ୍କର ଗୁରୁତ୍ୱପୂର୍ଣ ଅଂଶରେ ହୋଇଥାଏ ଓ ତୁରନ୍ତ ଚିକିତ୍ସା ନମିଳେ , ତେବେ ରୋଗୀ କେତେ ଘଣ୍ଟା କିମ୍ବା କିଛି ଦିନ ମଧ୍ୟରେ ମୃତ୍ୟୁବରଣ କରିପାରନ୍ତି।
ମଧ୍ୟମ ବା କମ ଗୁରୁତର ରକ୍ତସ୍ରାବ: ଯଦି ରକ୍ତସ୍ରାବ ନିୟନ୍ତ୍ରଣ କରାଯାଏ ଏବଂ ତୁରନ୍ତ ଚିକିତ୍ସା ମିଳେ, ତେବେ ରୋଗୀ ସୁସ୍ଥ ହୋଇପାରନ୍ତି କିମ୍ବା ଅସ୍ତ୍ରୋପଚାର ଓ ଚିକିତ୍ସା ମାଧ୍ୟମରେ ବଞ୍ଚି ରହିପାରନ୍ତି।
ତୁରନ୍ତ ଚିକିତ୍ସା ମିଳିଲେ, ଅନେକ ରୋଗୀ ସପ୍ତାହ, ମାସ କିମ୍ବା ଅଧିକ ସମୟ ବଞ୍ଚି ରହିପାରନ୍ତି, କିନ୍ତୁ ପୁନରୁଦ୍ଧାର ପ୍ରକ୍ରିୟା ମସ୍ତିଷ୍କର କ୍ଷତି ଉପରେ ନିର୍ଭର କରେ।
ମସ୍ତିଷ୍କ ରକ୍ତସ୍ରାବର ଲକ୍ଷଣମସ୍ତିଷ୍କ ରକ୍ତସ୍ରାବର ଲକ୍ଷଣ ମଧ୍ୟରେ ନିମ୍ନଲିଖିତ ରହିଛି:
ତୀବ୍ର ମୁଣ୍ଡ ବିନ୍ଧା
ବାନ୍ତି କିମ୍ବା ଅଇ
ହଠାତ୍ ଅଜ୍ଞାନ ହେବା
ଶରୀରର ଗୋଟିଏ ପାଖ ଦୁର୍ବଳ ହେବା
କଥା କହିବା କିମ୍ବା ବୁଝିବାରେ ଅସୁବିଧା
ଦୃଷ୍ଟି ଅସୁବିଧା କିମ୍ବା ସନ୍ତୁଳନ ହରାଇବା
ପ୍ରଥମେ କ’ଣ କରିବା ଉଚିତ?
ଯଦି କାହାକୁ ମସ୍ତିଷ୍କ ରକ୍ତସ୍ରାବର ଲକ୍ଷଣ ଦେଖାଯାଏ, ତୁରନ୍ତ ନିମ୍ନଲିଖିତ ପଦକ୍ଷେପ ନେବା ଜରୁରୀ:ତୁରନ୍ତ ଆମ୍ବୁଲାନ୍ସ ଡାକନ୍ତୁ: ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ତୁରନ୍ତ ୧୦୮ କିମ୍ବା ନିକଟସ୍ଥ ଆମ୍ବୁଲାନ୍ସ ସେବାକୁ ଯୋଗାଯୋଗ କରନ୍ତୁ।
ରୋଗୀକୁ ସ୍ଥିର ରଖନ୍ତୁ: ରୋଗୀକୁ ଶୋଇ ରଖନ୍ତୁ, ମୁଣ୍ଡକୁ କିଛି ଉପରକୁ ରଖନ୍ତୁ (୩୦ ଡିଗ୍ରୀ କୋଣରେ) ଏବଂ ଶାନ୍ତ ରଖନ୍ତୁ।
ଖାଦ୍ୟ କିମ୍ବା ପାଣି ଦିଅନ୍ତୁ ନାହିଁ: ଏହା ରୋଗୀଙ୍କ ଅବସ୍ଥାକୁ ଆହୁରି ଖରାପ କରିପାରେ।
ଲକ୍ଷଣ ନିରୀକ୍ଷଣ କରନ୍ତୁ: ରୋଗୀଙ୍କ ଶ୍ୱାସକ୍ରିୟା, ନାଡ଼ି ଏବଂ ସଚେତନତାକୁ ନିରୀକ୍ଷଣ କରନ୍ତୁ। ଯଦି ରୋଗୀ ଶ୍ୱାସ ନେଉନାହାନ୍ତି, ତୁରନ୍ତ CPR (କାର୍ଡିଓପଲମୋନାରୀ ରିସସିଟେସନ) ଆରମ୍ଭ କରନ୍ତୁ, ଯଦି ଆପଣ ତାହାର ତାଲିମ ପାଇଛନ୍ତି।
ନିକଟସ୍ଥ ହସ୍ପିଟାଲକୁ ନିଅନ୍ତୁ: ନ୍ୟୁରୋସର୍ଜରୀ ବିଭାଗ ଥିବା ହସ୍ପିଟାଲକୁ ରୋଗୀଙ୍କୁ ତୁରନ୍ତ ନେଇଯାଆନ୍ତୁ। CT ସ୍କାନ କିମ୍ବା MRI ମାଧ୍ୟମରେ ରକ୍ତସ୍ରାବର ଅବସ୍ଥାନ ଓ ଗୁରୁତରତା ଜଣାପଡ଼ିବ।