ଓଡିଶା ଭାସ୍କର: ଲୋକମାନେ ଭାଇରାଲ ହେବା ପାଇଁ ଏତେ ପାଗଳ ଯେ, ସେମାନେ ନିଜ ବିବାହ ଠାରୁ ନେଇ ହନିମୁନ୍ ପର୍ଯ୍ୟନ୍ତ ଭିଡିଓ ସେୟାର କରିବାକୁ ପଛଘୁଞ୍ଚା ଦେଉନାହାଁନ୍ତି। କେବଳ ଏତିକି ନୁହେଁ, କିଛି ଲୋକ ସମସ୍ତଙ୍କ ସାମ୍ନାରେ ସେମାନଙ୍କର ବ୍ୟକ୍ତିଗତ ମୁହୂର୍ତ୍ତଗୁଡ଼ିକୁ ଲାଇଭ୍ ଷ୍ଟ୍ରିମ୍ କରିବାକୁ ମଧ୍ୟ ପଛାଉ ନାହାଁନ୍ତି।
କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଭିଡିଓ ବିଷୟରେ କହିବୁ ଯାହା ଏହି ସବୁ ଭିଡିଓଠାରୁ ମଧ୍ୟ ଚାରି ପାଦ ଆଗରେ। ଏହି ଭିଡିଓରେ, ଜଣେ ଝିଅ ଲୋକଙ୍କୁ ଅଜବ ପ୍ରଶ୍ନ ପଚାରୁଥିବାର ଦେଖିବାକୁ ମିଳିଛି। ସେ ତାଙ୍କ ପ୍ରଶଂସକଙ୍କଠାରୁ ଜାଣିବାକୁ ଚାହୁଁଛନ୍ତି ଯେ ସେମାନେ ପାଞ୍ଚ କୋଟି ଟଙ୍କା ଚାହାଁନ୍ତି କି ତାଙ୍କ ସହ ହନିମୁନ୍ କରିବାକୁ ଚାହାଁନ୍ତି। ଏହି ପ୍ରଶ୍ନରେ ବହୁତ ଆଶ୍ଚର୍ଯ୍ୟଜନକ ଉତ୍ତର ମଧ୍ୟ ଦେଖିବାକୁ ମିଳିଛି।
ଏହି ଭିଡିଓକୁ ଐଶ୍ୱର୍ଯ୍ୟା (@aishwaryalove234) ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହାଙ୍କୁ ୨୩ ହଜାର ଲୋକ ଫଲୋ କରୁଛନ୍ତି। ଏହି ଭିଡିଓର କ୍ୟାପସନ ହେଉଛି, ‘ତୁମେ ମୋତେ ବିବାହ କରିବ କି?’ ଏହା ପରେ, ସେ ଭିଡିଓରେ ଲେଖିଛନ୍ତି, ଠିକ୍ ଅଛି କୁହ, ତୁମେ ୫ କୋଟି ଟଙ୍କା ଚାହଁ କି ମୋ ସହିତ ହନିମୁନ୍ କରିବାକୁ ଚାହଁ?