ସ୍ଥଗିତ ହେଲା ଅମରନାଥ ଯାତ୍ରା; ଭୂସ୍ଖଳନ ଯୋଗୁଁ ଜଣେ ମୃତ, ୧୦ ତୀର୍ଥଯାତ୍ରୀ ଆହତ
ସ୍ଥଗିତ ହେଲା ଅମରନାଥ ଯାତ୍ରା । ଯାତ୍ରା ମାର୍ଗର ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।
ଜମ୍ମୁ-କାଶ୍ମୀର: ସ୍ଥଗିତ ହେଲା ଅମରନାଥ ଯାତ୍ରା । ଯାତ୍ରା ମାର୍ଗର ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ତେବେ ବାଲଟାଲ ମାର୍ଗରେ ଭୂସ୍ଖଳନରେ ଜଣେ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଛନ୍ତି ।
ସେପଟେ ଅନେକ ତୀର୍ଥଯାତ୍ରୀ ବନ୍ୟା କବଳରେ ଫସି ରହିଛନ୍ତି। ଏହି କାରଣରୁ, ଆଜି ଅର୍ଥାତ୍ ଗୁରୁବାର ଦିନ ଅମରନାଥ ଯାତ୍ରା ସ୍ଥଗିତ ରହିବ। ବାଲତାଲ ଏବଂ ପହଲଗାମ୍ ରୁଟରେ ଲଗାତାର ବର୍ଷା ଜାରି ରହିଛି ।
ଜଣେ ମୃତ, ୧୦ ଜଣ ତୀର୍ଥଯାତ୍ରୀ ଆହତ
ଏହି ଘଟଣାରେ ଦଶ ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସୂତ୍ର ଅନୁସାରେ ଏହି ଭୂସ୍ଖଳନ ଘଟଣା ସମୟରେ ଜଣେ ମହିଳାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା । ସେ ରାଜସ୍ଥାନର 55 ବର୍ଷୀୟା ସୋନା ବାଇ ବୋଲି ଜଣାପଡ଼ିଛି । ତେବେ ତାଙ୍କୁ ମେଡିକାଲରେ ମୃତ ଘୋ,ଣା କରାଯାଇଥିଲା।
ସେହି ସମୟରେ, ଅନ୍ୟ ଦଶ ଜଣ ଆହତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା ତଥାପି, ଏହି ଘଟଣା ବିଷୟରେ କୌଣସି ସରକାରୀ ନିଶ୍ଚିତତା ମିଳିନାହିଁ।
ଉଧମପୁରର ଧାର ରୋଡରେ ଭୂସ୍ଖଳନ
ଉଧମପୁର ଜିଲ୍ଲାର ଧାର ରୋଡରେ ଭୂସ୍ଖଳନ ଯୋଗୁଁ ଅନେକ ରାସ୍ତା ବନ୍ଦ ହୋଇଯାଇଛି। ଜାତୀୟ ରାଜପଥର ଧାର ରୋଡ ପ୍ରାୟ ଗୋଟିଏ ଘଣ୍ଟା ପାଇଁ ବନ୍ଦ ରହିଥିଲା। ଏହା ଅମରନାଥ ଯାତ୍ରାକୁ ମଧ୍ୟ ପ୍ରଭାବିତ କରିଛି। ପାଣିପାଗ ବିଭାଗ ଏନେଇ ସତର୍କତା ଜାରି କରିଛି। ଗତ ବର୍ଷ ମଧ୍ୟ ଖରାପ ପାଗ ଅମରନାଥ ଯାତ୍ରାକୁ ପ୍ରଭାବିତ କରିଥିଲା। ୨୦୨୩ ମସିହାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଯାତ୍ରାକୁ ଅନେକ ଥର ସ୍ଥଗିତ ରଖିବାକୁ ପଡିଥିଲା।
ଅଞ୍ଚଳରେ ପ୍ରବଳ ବର୍ଷା ସତର୍କତା
ଅମରନାଥ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ ଅଢ଼େଇ ଲକ୍ଷରୁ ଅଧିକ ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିଛନ୍ତି। ୧ ଜୁଲାଇରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଅମରନାଥ ଯାତ୍ରା ମାର୍ଗକୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା କରାଯାଇଛି ।