ବିଜୁଳିର ତାଣ୍ଡବ: ଲିଭିଗଲା ୩୪ଜଣଙ୍କ ଜୀବନ ଦୀପ… ୬ ଗୁରୁତର
ବିହାରର ବିପର୍ଯ୍ୟୟ ପରିଚାଳନା ବିଭାଗ ଶୁକ୍ରବାର ଦିନ ଏହି ତଥ୍ୟ ଦେଇଛନ୍ତି ।
ବିହାର: ବିହାରରେ ବିଜୁଳି ନେଲା ୩୪ ଜୀବନ । ୪୮ ଘଣ୍ଟା ଭିତରେ ଟଳିପଡ଼ିଲା ୩୪ଟା ଜୀବନ । ଏଥିରେ ୬ ଜଣ ଅନ୍ୟ ଲୋକ ଅସୁସ୍ଥ ମଧ୍ୟ ଅଛନ୍ତି । ବିହାରର ବିପର୍ଯ୍ୟୟ ପରିଚାଳନା ବିଭାଗ ଶୁକ୍ରବାର ଦିନ ଏହି ତଥ୍ୟ ଦେଇଛନ୍ତି ।
ବିଭାଗ ପକ୍ଷରୁ କୁହାଯାଇଛି ନାଳନ୍ଦା ବୈଶାଳି ଜିଲ୍ଲାରେ ୬ ଲୋକଙ୍କ ମୃତ୍ୟୁ ବିଜୁଳି ମାରିବାରୁ ହୋଇଛି । ଶେଖପୁରାରେ ୫ଜଣ, ଔରଙ୍ଗାବାଦରେ ୩ଜଣ, ବାଙ୍କାରେ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।
ଏହା ସହିତ ଭୋଜପୁର, ଭାଗଲପୁର, ରୋହତାସ୍, ଗୟାଜି, ସମସ୍ତିପୁର ଏବଂ ଜମୁଇ ଜିଲ୍ଲାରେ ୬ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ସ୍ଥାନରେ ମଧ୍ୟ କିଛି ଲୋକଙ୍କ ମୃତ୍ୟୁ ହୋଇଛି।
ଏପ୍ରିଲ ମାସରେ ବିଜୁଳି ଏବଂ ପବନ କାରଣରୁ ୯୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଫସଲ ଏବଂ ଘର ମଧ୍ୟ ଅନେକ କ୍ଷତି ହୋଇଥିଲା