ଭିଣୋଇକୁ ଦେଖି ଶାଳି ହେଲା ବେକାକୁ, ବଜାର ବାହାନାରେ ଭିଣୋଇ ସହ ଚମ୍ପଟ
ଶାଳି ଭିଣୋଇ ସମ୍ପର୍କକୁ ଏହି ଘଟଣା କଳଙ୍କିତ କରିଛି। ପରିବାର ଲୋକଲଜ୍ଜ୍ୟା ଭୟରେ ଘରୁ ବାହାରକୁ ବାହାରୁ ନାହାଁନ୍ତି।
ଉତ୍ତରପ୍ରଦେଶ: ଏପଟେ ଚାଲିଛି ବିବାହ ପ୍ରସ୍ତୁତି, ସେପଟେ କିନ୍ତୁ ଘଟିଗଲା କିଛି ଏମିତି ଯାହା ଘଟିବାର ନଥିଲା। ଏହି ଘଟଣା ପରେ ଉତ୍ତରପ୍ରଦେଶର ମୁରାଦାବାଦରେ ଜିଲ୍ଲାର ଠାକୁରଦ୍ୱାର ଥାନା ଅଞ୍ଚଳରେ ଚର୍ଚ୍ଚା ଲାଗିଛି।
ଏପଟେ ଝିଅ ବାହାଘର ପାଇଁ ସରିଗଲାଣି ପ୍ରସ୍ତୁତି କେମିତି ଜ୍ୱାଇଁ ଆସିବ ଆଉ ଭଲରେ ଭଲରେ ବିବାହ କାମ ହେବ। ସେପଟେ ଜ୍ୱାଇଁ ପୁଅ କିନ୍ତୁ ହେବାକୁ ଥିବା ସ୍ତ୍ରୀ ଉପରୁ ନଜର ହଟାଇ ନାବାଳିକା ଶାଳି ଉପରେ ପକାଇଛନ୍ତି।
ବିବାହ ପୂର୍ବରୁ ନାବାଳିକା ଶାଳିକୁ ଧରି ଫେରାର ହୋଇଯାଇଛି ଭାବି ଜ୍ୱାଇଁ ପୁଅ। ଶାଳି ଭିଣୋଇ ସମ୍ପର୍କକୁ ଏହି ଘଟଣା କଳଙ୍କିତ କରିଛି। ପରିବାର ଲୋକଲଜ୍ଜ୍ୟା ଭୟରେ ଘରୁ ବାହାରକୁ ବାହାରୁ ନାହାଁନ୍ତି।
ବିବାହ କରିବାକୁ ଥିବା ମହିଳା କହିଛନ୍ତି ସାନ ଭଉଣୀ ବଜାରକୁ କିଛି ଜିନିଷ ଆଣିବାକୁ ଯାଇଥିଲା ହେଲେ ତାପରେ ଆଉ ଘରକୁ ଫେରି ନଥିଲା। ଘରକୁ ନଫେରିବାରୁ ଖୋଜାଖୋଜି କରାଯାଇଥିଲା।
ପରେ ଶୁଣିବାକୁ ପାଇଲେ ଯେ ଝିଅ ଭିଣୋଇ ସହିତ ଫେରାର ହୋଇଯାଇଛି। ସବୁଠାରୁ ବଡ଼ କଥା ହେଉଛି ନାବାଳିକା ଘରେଥିବା ୫୦ ହଜାର ଟଙ୍କା ମଧ୍ୟ ନେଇ ଭିଣୋଇ ସହିତ ଫେରାର ହୋଇଛି।
ଅଞ୍ଚଳର ଲୋକମାନେ ପୋଲିସର ଦ୍ୱାରସ୍ଥ ହୋଇ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୋଲିସ କହିଛି ଯେ ମାମଲାଟି ଗମ୍ଭୀର ଏବଂ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ସମ୍ପର୍କର ମର୍ଯ୍ୟାଦାକୁ ଅବମାନନା କରୁଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।