ଫେଲ ମାରିଲା ମନ୍ଦିରରୁ ଚୋରି ପ୍ଲାନ, ନିଦ୍ରାଦେବୀ କରିଦେଲେ ସବୁ ଗଡ଼ବଡ଼

ନିଶା ହାଲତରେ ଚୋର ମନ୍ଦିରରୁ ଲୁଟ୍ କରିବାକୁ ଯାଇଥିଲା ଆଉ ତାପର କଥା ଶୁଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ।

ଝାରଖଣ୍ଡ: ନିଶା କଲା କଲବଲ। ନିଶା ଏମିତି ଥିଲା ଯେ ବୁଦ୍ଧି ହଜି ଯାଉଥିଲା। ନିଶା ହାଲତରେ ଚୋର ମନ୍ଦିରରୁ ଲୁଟ୍ କରିବାକୁ ଯାଇଥିଲା ଆଉ ତାପର କଥା ଶୁଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ।

ଝାରଖଣ୍ଡ ରାଜଧାନୀ ରାଂଚିରେ ଚୋର ଚୋରି କରିବାକୁ ମା’ଙ୍କ ମନ୍ଦିରରେ ପଶିଥିଲା। ମନ୍ଦିରର ତାଲା ଭାଙ୍ଗି ଭିତରକୁ ପଶିଥିଲା ଚୋର। ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟ୍ କରିଥିଲା ଚୋର।

ମା’ଙ୍କ ମୂର୍ତ୍ତିରେ ଲାଗିଥିବା ସୁନା, ରୂପା ଅଳଙ୍କାର କାଢ଼ିଥିଲା ଚୋର। ନେଇକି ପଳାଉଥିବା ବେଳେ ନିଶା ପାଇଁ ଘଟଣା ସ୍ଥଳରେ ହିଁ ଶୋଇପଡ଼ିଥିଲା ଚୋର। ଆଉ ମନ୍ଦିରରୁ ଚୋରି କରି ଚମ୍ପଟ ମାରିବା ଚୋର ପକ୍ଷରେ ସମ୍ଭବ ନଥିଲା।

ସକାଳେ ପୂଜାରୀ ମନ୍ଦିରକୁ ପୂଜା କରିବାକୁ ଯେତେବେଳେ ଆସନ୍ତି ମନ୍ଦିରର ଅବସ୍ଥା ଦେଖି ତାଜୁବ ହୋଇଯାଇଥିଲେ। ଭିତରକୁ ଗଲା ବେଳେ ଚୋର ଶୋଇଥିବା ଦେଖି ମନ୍ଦିର କବାଟ ଦେଇ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ଏବଂ ପୂଜାରୀ ଗାଁ ଲୋକଙ୍କ ମଧ୍ୟ ଡାକିଥିଲେ।

ଘଟଣା ସ୍ଥଳରେ ପୋଲିସ ଟିମ୍ ସହିତ ଥାନା ପ୍ରଭାରୀ ପହଞ୍ଚି ଘଟଣାର ଭିଡିଓ ଗ୍ରାର୍ଫି କରିଛନ୍ତି। ମନ୍ଦିରର ଦୁଆର ଖୋଲି ଦେଖିଥିଲେ କି ଚୋର ସେପର୍ଯ୍ୟନ୍ତ ନିଦରେ ବୁଡ଼ି ରହିଥିଲା।
ଅନେକ କସ୍‌ରତ୍ ପରେ ଚୋରକୁ ହୋସରେ ଆଣି ଛାନଭିନ ଆରମ୍ଭ କରାଯାଇଥିଲା। ପରେ ପୋଲିସ ଚୋରକୁ ବାନ୍ଧିଥିଲା।

ଚୋର ମନ୍ଦିରରୁ ରୁପାର ଏକ ତ୍ରିଶୂଳ, କିଛି ଟଙ୍କା ଚୋରାଇଥିଲା। ହେଲେ ନିଦ କଲା କଲବଲ ଯାହା ପାଇଁ ଚୋରି ଜିନିଷ ସହ ମନ୍ଦିରରେ ସେ ଶୋଇପଡ଼ିଥିଲା।