ମହମ୍ମଦ ଶାମିଙ୍କୁ ଟିମରେ ମିଳିଲା ସ୍ଥାନ, ଆଇପିଏଲ ପରେ ପ୍ରଥମ ଥର ହେଲେ ସିଲେକ୍ସନ
ମହମ୍ମଦ ଶାମିଙ୍କୁ ଏହି ଟିମରେ ମିଳିଲା ସ୍ଥାନ
ନୂଆଦିଲ୍ଲୀ: ମହମ୍ମଦ ଶାମି କିଛି ସମୟ ହେଲାଣି ମଇଦାନରୁ ବାହାରେ ଅଛନ୍ତି। କିଛି ବର୍ଷ ହେବ ତାଙ୍କ ସ୍ତ୍ରୀଙ୍କ ସହ ଛାଡ଼ପତ୍ର ମାମଲା ଯୋଗୁଁ ସେ କୋର୍ଟ ମାମଲାରେ ଜଡ଼ିତ ଅଛନ୍ତି।
ଏହାରି ମଧ୍ୟରେ କ୍ରିକେଟରୁ ଦୂରେଇ ରହିଥିବା ଯୋଗୁଁ ଶାମୀଙ୍କୁ ଇଂଲଣ୍ଡ ନିଆଯାଇନାହିଁ। କିନ୍ତୁ ଶାମିଙ୍କୁ ବର୍ତ୍ତମାନ ବେଙ୍ଗଲ ଘରୋଇ ସିଜନ ପାଇଁ ସିଲେକ୍ଟ କରାଯାଇଛି।
ବର୍ତ୍ତମାନ ଶାମିଙ୍କୁ ବେଙ୍ଗଲ କ୍ରିକେଟ ଆସୋସିଏସନ ଆଗାମୀ ଘରୋଇ ସିଜନ ପାଇଁ ସ୍କ୍ୱାଡରେ ସାମିଲ କରିଛି। ସୂଚନା ମୁତାବକ, ଶାମିଙ୍କୁ ୫୦ ଜଣିଆ ସମ୍ଭାବ୍ୟ ଦଳରେ ସ୍ଥାନ ମିଳିଛି।
ଫାଇନାଲ ସ୍କ୍ୱାଡ ସିଜନ ଆରମ୍ଭ ହେବା ପାଖାପାଖି ଚୟନ କରାଯିବ। ବିସିସିଆଇର କିଛି ମାସ ତଳେ ଆସିଥିବା ନିର୍ଦ୍ଦେଶ ପରେ ସମସ୍ତ ଖେଳାଳିମାନଙ୍କୁ ଆବଶ୍ୟକତା ପଡ଼ିଲେ ଘରୋଇ କ୍ରିକେଟରେ ଖେଳିବାକୁ ମଧ୍ୟ କୁହାଯାଇଛି। ଏଥିରେ ଶାମିଙ୍କ ସିଲେକ୍ସନ କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ।
ଶାମି ଆଗକୁ ଦଲୀପ ଟ୍ରଫିରେ ଇଷ୍ଟ ଜୋନ ପାଇଁ ଖେଳିପାରନ୍ତି ବୋଲି କୁହାଯାଉଛି। ଏହାର ଆରମ୍ଭ ୨୮ ଅଗଷ୍ଟରେ ହେବ। ଅଗଷ୍ଟ ମାସରେ ଯଦି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଖେଳାଯାଏ, ସେ ଏଥିରେ ଖେଳିପାରନ୍ତି ବୋଲି ସମ୍ଭାବନା ରହିଛି। ସମୁଦାୟ ମିଛି ଆଗାମୀ ଦିନରେ ପୁଣିଥରେ ଭାରତୀୟ ଫ୍ୟାନ୍ସ ଶାମିଙ୍କୁ ବୋଲିଂ କରିବାର ଦେଖିବେ।