ଏମ୍ସରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ

ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେବେ ବଳଙ୍ଗାରେ ଜାଳି ଦିଆଯାଇଥିବା ନାବାଳିକା।

ବଳଙ୍ଗା: ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡିତାଙ୍କ ହେବ ଏୟାରଲିଫ୍ଟ। ଏୟାରଲିଫ୍ଟ ହେବେ ବଳଙ୍ଗା ନାବାଳିକା। ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେବେ ପୀଡିତା।

ଆଉ କିଛି ଘଣ୍ଟା ମଧ୍ୟରେ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା। ଏନେଇ ଡାକ୍ତରୀଟିମ୍ ସହ ପୀଡିତାଙ୍କ ପରିବାର ଲୋକଙ୍କ ଆଲୋଚନା ସରିଛି।  ଏୟାରଲିଫ୍ଟ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି।

ସୂଚନାନୂସାରେ, ୧୯ ତାରିଖ ଅର୍ଥାତ୍ ଶନିବାର ଦିନ ସକାଳ ପ୍ରାୟ ୭ ଟାରୁ ୮ଟା ସମୟ ହେବ। ବଳଙ୍ଗାର ଜଣେ ନାବାଳିକା ଝିଅ ଗାଁର ନଦୀ ବନ୍ଧ ଦେଇ ସାଙ୍ଗ ଘରୁ ଫେରୁଥିଲେ।

ସାଙ୍ଗ ପାଖକୁ ବହି ଆଣିବାକୁ ଯାଇ ଫେରିବା ସମୟରେ ରାସ୍ତା ଉପରୁ ୩ ଜଣ ଅଜଣା ବ୍ୟକ୍ତି ତାଙ୍କ ମୁହଁରେ ରୁମାଲ ଦେଇ ତାଙ୍କୁ ବେହୋସ୍ କରି ନଦୀ ପଠାକୁ ଉଠାଇ ନେଇଥିଲେ।

ପରେ ତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଯେତେବେଲେ ପୀଡିତାଙ୍କ ଦେହରେ ନିଆଁ ଲାଗିଛି ଆଉ ତାଙ୍କ ହୋସ୍ ଫେରିଛି ସେହି ସମୟରେ ସେ ନିଜ ଜୀବନ ବଞ୍ଚାଇବାକୁ ପାଖରେ ଥିବା ଏକ ଘର ପାଖକୁ ଜଳନ୍ତା ଅବସ୍ଥାରେ ଦୌଡ଼ି ଦୌଡ଼ି ଯାଇଥିଲେ।

ପରେ ସେହି ଘରର ଲୋକ ତାଙ୍କ ଦେହରୁ ନିଆଁ ଲିଭାଇବା ସହ ପ୍ରାଥମିକ ଚିକିତ୍ସା କରିଥିଲେ। ଏହାପରେ ପୀଡିତାଙ୍କୁ ଭୁବନେଶ୍ୱର ଏମ୍ସକୁ ପଠାଯାଇଥିଲା।

ଯେହେତୁ ପୀଡିତାଙ୍କ ଅବସ୍ଥା ଭଲ ନାହିଁ, ଶରୀରର ୭୫ % ଜଳିଯାଇଛି। ତେଣୁ ଆଜି ଦିଲ୍ଲୀକୁ ତାଙ୍କୁ ଏୟାରଲିଫ୍ଟ କରାଯିବା ନେଇ ସୂଚନା ମିଳିଛି।