ବାପା ମା’ କାଉଡ଼ି ଯାତ୍ରାରେ ଯିବାର ସୁଯୋଗ ନେଇ ଝିଅକୁ ଟେକି ନେଲେ, ତା ପରେ…

ନାବାଳିକା ଝିଅକୁ ଟେକିନେଇ ବଳାତ୍କାର

ବିହାର: ବାପା ମା’ କାଉଡ଼ି ଯାତ୍ରାରେ ଯିବାପରେ ଝିଅକୁ ଟେକି ନେଇ କରିଲେ ବଳାତ୍କାର। ଏଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବିହାରର ସମସ୍ତିପୁର ଜିଲ୍ଲାର ୱାରିସନଗର ଥାନା ଅଞ୍ଚଳରେ।

ଏଠାରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ କୁଲଦୀପ କୁମାରଙ୍କୁ ଗିରଫ କରିଛି।

ପୋଲିସ କହିବା ଅନୁସାରେ, ପୀଡିତା ଗାଁ ପାଖ ଛକକୁ କିଛି ଜିନିଷପତ୍ର କିଣିବା ପାଇଁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଏକ ନିର୍ଜନ ସ୍ଥାନରେ ତାଙ୍କୁ ଧରି ନିକଟସ୍ଥ ଏକ ବଗିଚାକୁ ନେଇଯାଇ ବଳାତ୍କାର କରିଥିଲେ।

ଘଟଣା ପରେ ଝିଅର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ କ୍ଲିନିକ୍‌କୁ ସ୍ଥାନାନ୍ତର କରାଯାଇଛି।

ପୀଡିତାଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଝିଅର ବାପାମାଆ କାଉଡି ଯାତ୍ରାରେ ଦେଓଘର ଯାଇଥିଲେ। ସୂଚନା ପାଇବା ପରେ ସେମାନେ ଫେରୁଛନ୍ତି।

ୱାରିସନଗର ଥାନାର SHO ନିରଞ୍ଜନ କୁମାର ଏବଂ ଇନ୍ସପେକ୍ଟର କବିତା କୁମାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

SHO ନିରଞ୍ଜନ କୁମାର କହିଛନ୍ତି ଯେ, ପୀଡିତାଙ୍କ ବୟାନ ଆଧାରରେ ଏକ FIR ରୁଜୁ କରାଯାଇଛି ଏବଂ ଗିରଫ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଛି। ଏହା ସହିତ, ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।