2 ଶିକ୍ଷକ ନବମ ଶ୍ରେଣୀ ଛାତ୍ରୀଙ୍କ ସହ ସ୍କୁଲ ଭିତରେ…

ଜଳେଶ୍ୱର: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ, ଅଭିଯୋଗ କଲେ ପରିବାର ଲୋକେ। ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ରସିକିଆ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଛାତ୍ରୀଙ୍କ ସହିତ କରୁଥିଲେ ଅସଦାଚରଣ।

ଏହି ଘଟଣା ରାଇବଣିଆ ଥାନା ଅଞ୍ଚଳର ସ୍କୁଲରେ ଘଟିଥିବାବେଳେ ପରିବାର ପକ୍ଷରୁ ଥାନାରେ ଶିକ୍ଷକଙ୍କ ନାଁରେ ଲିଖିତ ଆକାରରେ ଅଭିଯୋଗ ହୋଇଛି।

ଅଭିଯୋଗ ପରେ ରାତି ଅଧରେ 2 ଶିକ୍ଷକଙ୍କୁ ଉଠାଇ ନେଇଛି ପୋଲିସ। ଛାତ୍ରୀ ଜଣଙ୍କ ନବମ ଶ୍ରେଣୀର ହୋଇଥିବାବେଳେ ତାଙ୍କୁ ଚୁପ ରହିବା ପାଇଁ ରସିକିଆ ସାର ମାନେ ଦେଉଥିଲେ ଧମକ। ବର୍ତ୍ତମାନ ରାଇବଣିଆ ଥାନା ପୋଲିସ 2 ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି।