ରେଭେନ୍ସାରେ ପୁଣି ରାଗିଂ, 10 ଛାତ୍ରଙ୍କୁ ହଷ୍ଟେଲ ଛାଡ ନିର୍ଦ୍ଦେଶ

କଟକ: ରେଭେନ୍ସାରେ ପୁଣି ରାଗିଂ! 10 ଛାତ୍ରଙ୍କୁ ହଷ୍ଟେଲ ଛାଡ ନିର୍ଦ୍ଦେଶ। କଟକସ୍ଥିତ ରେଭେନ୍ସା ଇଷ୍ଟ ହଷ୍ଟେଲରେ ରାଗିଂ ଅଭିଯୋଗ ହୋଇଥିବାବେଳେ 10 ଛାତ୍ରଙ୍କୁ ହଷ୍ଟେଲ ଛାଡ ନିର୍ଦ୍ଦେଶ ଦିଆଯାଇଛି।

ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ତୃତୀୟ ବର୍ଷ ଛାତ୍ର କରିଛନ୍ତି ରାଗିଂ, ଯାହାଫଳରେ ଆଣ୍ଟି ରାଗିଂ ପକ୍ଷରୁ ନିଆଯାଇଛି ଏଭଳି ପଦକ୍ଷେପ।

ଆଗରୁ ମଧ୍ୟ ଏହିଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି, ଯେଉଁଥିପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି। କିନ୍ତୁ ତା ପରେ ମଧ୍ୟ ରାଗିଂ କମୁନାହିଁ।