ସକାଳେ ଉଠିବା ମାତ୍ରେ ଶରୀରରେ ଏହି ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୋଇପାରେ ମାରାତ୍ମକ କ୍ୟାନ୍ସର

ସକାଳେ ଉଠିବା ମାତ୍ରେ ଥକ୍କାପଣ, ଜ୍ୱର କିମ୍ବା ଓଜନ ହ୍ରାସ ଭଳି ଲକ୍ଷଣ ଦେଖାଗଲେ ରୁହନ୍ତୁ ସତର୍କ ।

ନୂଆଦିଲ୍ଲୀ: ସକାଳର ଆରମ୍ଭ ଆମ ଦିନର ଏକ ଦର୍ପଣ । ଉଠିବା ପରେ ଆମେ କିପରି ଅନୁଭବ କରୁ ତାହା ଦ୍ୱାରା ଆମ ଶରୀରର ସ୍ୱାସ୍ଥ୍ୟ ଅନୁମାନ କରାଯାଇପାରିବ । କିନ୍ତୁ ଯଦି ପ୍ରତିଦିନ ସକାଳେ କିଛି ଅଜବ କିମ୍ବା ଭିନ୍ନ ଅନୁଭବ ହୁଏ ।  ଯେପରିକି ଅସ୍ୱାଭାବିକ ଥକାପଣ, ବାରମ୍ବାର ଜ୍ୱର, କାରଣ ବିନା ଓଜନ ହ୍ରାସ କିମ୍ବା ଲଗାତାର କାଶ, ତେବେ ଏହି ଲକ୍ଷଣଗୁଡ଼ିକ ସାଧାରଣ ନୁହେଁ, ବରଂ ଶରୀରରେ କୌଣସି ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କିଛି ପ୍ରାରମ୍ଭିକ ଲକ୍ଷଣ ଯାହାକୁ ଆମେ ପ୍ରାୟତଃ ସାମାନ୍ୟ ଭାବି ଅଣଦେଖା କରୁ । ପ୍ରକୃତରେ କର୍କଟ ଭଳି ଏକ ବିପଦଜନକ ରୋଗକୁ ସୂଚାଇପାରେ । ଯେତେ ଶୀଘ୍ର କର୍କଟ ଚିହ୍ନଟ ହୁଏ, ଚିକିତ୍ସା ସେତେ ସହଜ ଏବଂ ସଫଳ ହୁଏ ।

ଅତ୍ୟଧିକ ଥକ୍କାପଣ କିମ୍ବା ଦୁର୍ବଳତା- ଯଦି ଆପଣ ସକାଳେ ଉଠିବା ମାତ୍ରେ କ୍ଳାନ୍ତ ଅନୁଭବ କରନ୍ତି ଏବଂ ଏହା ଅନେକ ଦିନ ପର୍ଯ୍ୟନ୍ତ ଜାରି ରହେ, ତେବେ ଏହା ଶରୀରରେ ଥିବା ଏକ କର୍କଟ କୋଷ ହେତୁ ହୋଇପାରେ ଯାହା ଶରୀରର ଶକ୍ତି ବ୍ୟବହାରକୁ ପ୍ରଭାବିତ କରେ ।

ଓଜନ ହ୍ରାସ- ଯଦି ଆପଣ ଡାଏଟିଂ କରୁନାହାଁନ୍ତି କିନ୍ତୁ ଦ୍ରୁତ ଗତିରେ ଓଜନ ହ୍ରାସ କରୁଛନ୍ତି, ତେବେ ଏହା ପେଟ, ଫୁସଫୁସ କିମ୍ବା ଯକୃତ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ।

ଲଗାତାର ଜ୍ୱର କିମ୍ବା ଝାଳ- ସକାଳେ ଉଠିବା ମାତ୍ରେ ହାଲୁକା ଜ୍ୱର କିମ୍ବା ସାରା ରାତିରେ ଝାଳ ବାହାରିବା, ବିଶେଷକରି ଯେତେବେଳେ ପାଗ ସ୍ୱାଭାବିକ ଥାଏ, ଏହା ଲ୍ୟୁକେମିଆ ପରି କର୍କଟ ରୋଗର ଲକ୍ଷଣ ହୋଇପାରେ ।

ଶୁଷ୍କ ପାଟି ଏବଂ ଗଳା ଯନ୍ତ୍ରଣା- ପ୍ରତିଦିନ ସକାଳେ ଗଳା ଯନ୍ତ୍ରଣା କିମ୍ବା ଶୁଷ୍କ ଅନୁଭବ ହେବା କେବଳ ଥଣ୍ଡା ଏବଂ କାଶର ଲକ୍ଷଣ ନୁହେଁ, ବରଂ ଗଳା କିମ୍ବା ମୁଖ କର୍କଟ ରୋଗର ପ୍ରାରମ୍ଭିକ ଚେତାବନୀ ମଧ୍ୟ ହୋଇପାରେ ।