ମାଲକାନଗିରିରେ ନାବାଳିକାକୁ ଦୁଷ୍କର୍ମ: ସାଙ୍ଗର ଜନ୍ମ ଦିନ ପାର୍ଟିରୁ ଫେରିଲା ବେଳେ ଅମାନବୀୟ କାଣ୍ଡ
ପୁଣି ଥରେ ନାବାଳିକାଙ୍କୁ ଦୁଷ୍କର୍ମ, ଜାଣନ୍ତୁ ଡିଟେଲ୍ସ
ମାଲକାନଗିରି: ଦେଶରେ ତଥା ରାଜ୍ୟରେ ପ୍ରତିଦିନ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଆଜି ସକାଳୁ ସକାଳୁ ଏକ ଅମାନବୀୟ କାଣ୍ଡ ମାଲକାନଗିରିରୁ ଆସିଛି। ଏଠାରେ ଜଣେ ନାବାଳିକା ସହ ଦୁଷ୍କର୍ମ କରାଯାଇଛି।
ସୂଚନାନୁଯାୟୀ, ମାଲକାନଗିରି ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଫେରିବା ବେଳେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି।
ଦୁଷ୍କର୍ମ ପରେ ନାବାଳିକାଙ୍କୁ ସେହିଠାରେ ଛାଡ଼ି ପଳାଇଛନ୍ତି ଦୁଷ୍କର୍ମକାରୀ। ବିଜା ଘାଟି ନିକଟରୁ ଉଦ୍ଧାର କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ। ଡାକ୍ତରୀ ପରୀକ୍ଷା ପରେ ଶକ୍ତି ସଦନରେ ପୀଡ଼ିତାକୁ ରଖାଯାଇଛି।