କ’ଣ ୨୦୨୬ ଆଇପିଏଲ ଖେଳିବେ ମାହି? ସୁରେଶ ରାଇନା ଦେଲେ ବଡ଼ ସଙ୍କେତ

ଧୋନିଙ୍କ ପୂର୍ବତନ ସାଥୀ ଖେଳାଳି ସୁରେଶ ରାଇନା ଏନେଇ ଦେଇଛନ୍ତି ମତ।

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ୨୦୨୬ ଆଇପିଏଲ ଖେଳିବେ କି ନାହିଁ। ଆଇପିଏଲ ୨୦୨୫ରେ ଏସଏସ ଧୋନି ବିଶେଷ ପ୍ରଭାବ ପକାଇ ନଥିଲେ। ଏବେ ଧୋନିଙ୍କୁ ୪୪ ବର୍ଷ ହୋଇଗଲାଣି। ତାଙ୍କ ବ୍ୟାଟରୁ କୌଣସି ବଡ଼ ଇନିଂସ ଦେଖିବାକୁ ମିଳିନଥିଲା। ତଥାପି, ସେ କ’ଣ ଆଇପିଏଲ ୨୦୨୬ରେ ଖେଳିବେ?

ଏହି ପ୍ରଶ୍ନର ଉତ୍ତର ଧୋନିଙ୍କ ପୂର୍ବତନ ସାଥୀ ଖେଳାଳି ସୁରେଶ ରାଇନା ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଭାବୁଛି ମାହି ଭାଇ ଆଉ ଗୋଟିଏ ବର୍ଷ ପାଇଁ ଆଇପିଏଲ ଖେଳିବେ। ସେ ସିଏସକେ ଦଳରେ ଅଛନ୍ତି। ତେଣୁ ମୁଁ ଆଶା କରୁଛି ଯେ ସେ ଆଗାମୀ ସିଜନରେ ଖେଳିବା ଉଚିତ। ତଥାପି, ଏହି ନିଷ୍ପତ୍ତି ମାହି ଭାଇଙ୍କୁ ନେବାକୁ ପଡିବ।

ଏହା ବ୍ୟତୀତ, ରାଇନା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଉପରେ ମଧ୍ୟ ଖୋଲାଖୋଲି ଭାବରେ କଥା ହୋଇଛନ୍ତି।

ସେ ଭାରତୀୟ ଦଳର ପ୍ଲେଇଂ ଇଲେଭେନ କିପରି ହେବା ଉଚିତ ତାହା କହିଛନ୍ତି। ରାଇନା ବର୍ତ୍ତମାନ ଇଂଲଣ୍ଡରେ ଅନୁଷ୍ଠିତ ହେଉଥିବା ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲେଜେଣ୍ଡସ୍ ଲିଗ୍ ୨୦୨୫ରେ ଇଣ୍ଡିଆ ଚାମ୍ପିଅନ୍ସର ଏକ ଅଂଶ ଅଛନ୍ତି।