BREAKING: ଜଗତସିଂହପୁର ଗଣଦୁଷ୍କର୍ମ ମାମଲା, ଜଣେ ଗିରଫ
କଟକରୁ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଦ୍ୱିତୀୟ ଅଭିଯୁକ୍ତ ଗିରଫ ପାଇଁ ଜାରି ରହିଛି ଚଢ଼ାଉ।
ଜଗତସିଂହପୁର: ଜଗତସିଂହପୁରରେ ଛାତ୍ରୀ ଗଣଦୁଷ୍କର୍ମ ଘଟଣା। କଟକରୁ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଦ୍ୱିତୀୟ ଅଭିଯୁକ୍ତ ଗିରଫ ପାଇଁ ଜାରି ରହିଛି ଚଢ଼ାଉ। ୩ ଜଣିଆ ଟିମ୍ ମାମଲାର ତଦନ୍ତ କରୁଛନ୍ତି। ଏସପି ଭବାନୀ ଶଙ୍କର ଉଦଗାତା ଏନେଇ ସୂଚନା।
ସୂଚନା ଅନୁସାରେ ସଦର ଥାନା ମଜୁରାଇ ଚାନ୍ଦଗଡ଼ ଅଂଚଳର ଯୁବତୀ ରାତି ପ୍ରାୟ ୮ଟା ବେଳେ ଏକ ଜନ୍ମଦିନ ଉତ୍ସବକୁ ଯାଉଥିଲେ ।
ଜନ୍ମଦିନରେ ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତା ଦେଇ ବାନ୍ଧବୀଙ୍କ ସହ ଯାଉଥିବା ସମୟରେ ଦୁଇ ଜଣ ଯୁବକ ପୀଡ଼ିତାଙ୍କ ପାଟିକୁ ବନ୍ଦ କରି ଟେକି ନେଇ ଦୁଷ୍କର୍ମ କରିଥିଲେ ।
ତେବେ ଯୁବତୀ ଜଣକ ଚିତ୍କାର କରି ନିଜ ଘରକୁ ଦୌଡ଼ି ପଳେଇ ଆସିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ଏନେଇ ପୀଡ଼ିତାଙ୍କ ବାପା ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୁକ୍ତ ଦୁଇ ଜଣ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଖୋଜାଖୋଜି କରି ଜଣଙ୍କୁ ବାନ୍ଧିଛି। ଅନ୍ୟ ଜଣଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ।