ଗୁମର ଖୋଲିଦେଲେ ପନ୍ତ! ଚହଲ ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ସଂସାର, କହୁ କହୁ କହିଦେଲେ ଏତେବଡ଼ କଥା
ଚହଲଙ୍କ ନିର୍ବନ୍ଧ ସରିଗଲାଣି । ଖୁବଶୀଘ୍ର ନୂଆ ଇନିଂଶ ଆରମ୍ଭ କରିବାକୁ ଯାଉଛନ୍ତି ଏହି ଖେଳାଳି ।
ମୁମ୍ବାଇ: ନିକଟରେ କପିଲ ଶର୍ମା ଶୋ’ରେ ଯୋଗ ଦେଇଥିଲେ ଇଣ୍ଡିଆନ୍ କ୍ରିକେଟର । ଏପିସୋଡରେ ଅତିଥି ଥିଲେ ଅଭିଷେକ ଶର୍ମା, ଋଷଭ ପନ୍ତ ଏବଂ ୟୁଜବେନ୍ଦ୍ର ଚହଲ ।
ବ୍ୟାକ୍ ଷ୍ଟେଜରେ ଶୋ’ର ଗେଷ୍ଟ ଅର୍ଚ୍ଚନା ପୁରନ ସିଂ ଯୁବ ଖେଳାଳିମାନଙ୍କ ସହ କଥା ହେଉଥିବାବେଳେ ଚହଲଙ୍କୁ ନେଇ ପନ୍ତ କହିଦେଲେ ବଡ଼ କଥା ।
ଅର୍ଚ୍ଚନା ଚହଲଙ୍କୁ ତାଙ୍କ ଘରକୁ ଅତିଥି ଭାବେ ନିମନ୍ତ୍ରଣ ଦେଇଥିଲେ । ମୁମ୍ବାଇ ଆସିବା ପାଇଁ ଚହଲଙ୍କୁ ସମୟ ମିଳୁ ନଥିବା ଅର୍ଚ୍ଚନା କହିଥିବାବେଳେ ତୁରନ୍ତ ତାଙ୍କ କଥାକୁ କାଟି ପନ୍ତ କହିଥିଲେ, ଚହଲ ଆଜିକାଲି ଏଠାରେ ହିଁ ରହୁଛନ୍ତି ।
ତାଙ୍କ ନିର୍ବନ୍ଧ ସରିଯାଇଛି ଖାଲି ବାହାଘର ହେବା ବାକି ଅଛି, ପନ୍ତଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଧନଶ୍ରୀଙ୍କ ସହ ବିବାହ ବିଚ୍ଛେଦ ହେବା ପରଠାରୁ ଚହଲ ଓ ଆରଜେ ମହବାଶଙ୍କ ସହ ଡେଟ କରୁଥିବାବେଳେ ପନ୍ତଙ୍କ ବୟାନ ଏବେ ଗଣମାଧ୍ୟମଙ୍କ ଦୃଷ୍ଟି ଆକର୍ଷଶ କରିଛି ।
ଆଇପିଏଲ ମ୍ୟାଚରେ ମହବାଶ ଚହଲଙ୍କ ପାଇଁ ଚିଅରିଂ କରୁଥିବା ଦେଖିବାକୁ ମିଳିଥିଲା । ଆହତ ହେବା କାରଣରୁ ଚହଲ ଖେଳୁ ନ ଥିଲେ ମଧ୍ୟ ଗାର୍ଲଫ୍ରେଣ୍ଡଙ୍କ ସହ ଫିଲ୍ଡରେ ଦେଖିବାକୁ ମିଳିଥିଲା ।
୨୦୨୫ ମାର୍ଚ୍ଚ ୨୦ରେ ଧନଶ୍ରୀ ଓ ଚହଲଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଦୁହେଁ ୨୦୨୨ରୁ ଅଲଗା ରହୁଥିବା କୁହାଯାଉଛି । ଦୁହିଁଙ୍କ ବିବାହ ବିଚ୍ଛେଦକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହେଉଥିବାବେଳେ ଦୁହେଁ ସୋସିଆଲ ମିଡିଆରେ କ୍ରିପ୍ଟିକ୍ ପୋଷ୍ଟ ଶେୟାର କରିଥିବାର ଦେଖିବାକୁ ମିଳିଥିଲା ।