ଟେଷ୍ଟରୁ ଅବସର ନେବେ ଦ୍ରୁତ ବୋଲର ଜୟପ୍ରିତ ବୁମରାହ, ଦେଲେ ବଡ଼ ସଙ୍କେତ !

ବୁମରାହଙ୍କ ଅସବର ନେଇ ଏପରି କହିଲେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍।

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ ପ୍ରେମୀ ଏବଂ ଇଣ୍ଡିଆ ଟିମ୍ ପାଇଁ ଏକ ଖରାପ ଖବର। ଦେହ ଅସୁସ୍ଥ ଥିବା କାରଣରୁ ଟେଷ୍ଟରୁ ଅବସର ନେଇ ପାରନ୍ତି ଭାରତୀୟ ବୋଲର ଜୟପ୍ରିତ ବୁମରାହ।

ଏକଥା ଆମେ କହୁନାହୁଁ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ ଏପରି କିଛି କହିଛନ୍ତି। ସେ କହିଛନ୍ତି ଜସପ୍ରିତ ବୁମରାହ ଟେଷ୍ଟ କ୍ରିକେଟରୁ ଅବସର ନେବା ବିଷୟରେ ବିଚାର କରିପାରନ୍ତି।

କାରଣ ଦୀର୍ଘଦିନ ଧରି ଭାରତର ଦ୍ରୁତ ବୋଲର ବୁମରାହ ଚଳିତ ମାଞ୍ଚେଷ୍ଟର ଟେଷ୍ଟରେ ଭଲ ପ୍ରଦର୍ଶନ କରିପାରିନାହାନ୍ତି। ଯାହା ତାଙ୍କ ଫିଟନେସ୍ ଏବଂ ଦେହର ଅସୁସ୍ଥତା କାରଣରୁ ହୋଇଥାଇପାରେ ବୋଲି କୈଫ କହିଛନ୍ତି।

ଯଦି ଦେଖିବା ବୁମରାହଙ୍କ ନାଁ ପୂର୍ବରୁ ଦ୍ରୁତ ବୋଲରର ଟ୍ୟାଗ ଲାଗିଛି। କିନ୍ତୁ ଚଳିତ ଟେଷ୍ଟରେ ବୁମରାହଙ୍କ ସେପରି କିଛି ପ୍ରଦର୍ଶନ ଦେଖିବାକୁ ମିଳୁନାହିଁ। ତେଣୁ ସେ ନିଜ ସ୍ୱାସ୍ଥ୍ୟକୁ ନଜରରେ ରଖି ଟେଷ୍ଟରୁ ଅବସର ନେଇପାରନ୍ତି ବୋଲି ନିଜ X ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି ମହମ୍ମଦ କୈଫ୍।