ବୃଷଭଙ୍କୁ ଏକା ଛାଡ଼ି ବାଇକରେ ପରିବାରଙ୍କୁ ଧରି ରାସ୍ତାରେ ବୁଲୁଛନ୍ତି ଶିବ

ନୂଆଦିଲ୍ଲୀ:  ଏବେ ଚାଲିଛି ଶ୍ରାବଣ ମାସ। ଏହି ମାସଟି ସମ୍ପୂର୍ଣ୍ଣରୂପେ ବାବା ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ।  ଏହି ପବିତ୍ର ମାସରେ ଶିବ ଭକ୍ତମାନେ କାଉଁଡ଼ିଆ ଯାତ୍ରା ପାଇଁ ହରିଦ୍ୱାରଠୁ ଆରମ୍ଭ କରି ବିଭିନ୍ନ ଶୈବପୀଠକୁ ପାଣିନେଇ ବାହାରିଥାନ୍ତି।

ଆଉ ଏହି ସମୟରେ ରାସ୍ତାରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥାଏ।  ଏପରି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଯେଉଁଥିରେ ନିଜ ପରିବାର ସାଙ୍ଗରେ ଭଗବାନ ଶିବ ଏବଂ ମାତା ପାର୍ବତୀ ବାଇକରେ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି।

ବାଇକରେ ଭୋଲେନାଥଙ୍କ ପରିବାର:  ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଭଗବାନ ଶିବଙ୍କ ବେଶରେ ସଜେଇ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ମାତା ପାର୍ବତୀଙ୍କ ବେଶରେ ସଜେଇ ହୋଇଛନ୍ତି।

ଆଉ ସେମାନଙ୍କ ପିଲା ଦୁଇଜଣଙ୍କ ମଝିରେ ବସିଛି। ଯିଏ ଗୋଟିଏ ହାତରେ କଳଶ ଧରିଛି। ବିଶେଷ କଥା ହେଉଛି ଏହି ପରିବାର ହରିୟାଣା ନମ୍ବର ପ୍ଲେଟ୍ ଥିବା ଏକ ବାଇକ୍ ଚଲାଉଛି। କୁହାଯାଉଛି କାଉଁଡ଼ିଆ ଯାତ୍ରା ପାଇଁ ଏହି ପରିବାର ହରିଦ୍ୱାରକୁ ଗଙ୍ଗାଜଳ ଆଣିବାକୁ ବାହାରିଛନ୍ତି।