ଭୁବନେଶ୍ୱର: ଗିରଫ ହେଲେ ବିଜେଡି ନେତା ଅମରେଶ ଜେନା। ବିଜେଡି କର୍ପୋରେଟର ଅନରେଶ ଓରଫ୍ ବାଇଆଁ ଜେନା ଗିରଫ। ବାଲେଶ୍ୱରରୁ ଅମରେଶଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ।
ଗତକାଲି ଅମରେଶଙ୍କ ୫ ଜଣ ସହଯୋଗୀଙ୍କୁ ବାନ୍ଧିଥିଲା ପୋଲିସ। ଆଉ ରାତିସାରା ଲକ୍ଷ୍ମୀସାଗର ପୋଲିସ ରେଡ୍ କରିବା ପରେ ବାଲେଶ୍ୱରର ନିଳଗିରିରୁ ଅମରେଶଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ। ଗିରଫ ପରେ ଭୁବନେଶ୍ୱରରୁ ଅମରେଶଙ୍କୁ ଅଣାଯାଉଛି।
ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ନେଇ ଅମରେଶଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଭୃଣହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଅମରେଶଙ୍କ ନାଁରେ ଥିଲା। ତେଣୁ ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ପୋଲିସ।