fbpx
BSKY
BJD MC SKY
BJD YOUTH SKY

ନିୟମିତ ବ୍ୟାୟାମ କରୁଛନ୍ତି କି? ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ କରିବା ଉଚିତ୍ । କିନ୍ତୁ ବ୍ୟାୟାମ କରିବା ପୂର୍ବରୁ କେଉଁ ଖାଦ୍ୟା ଖାଇବା ଉଚିତ୍, ତାହା ଆପଣ ଜାଣନ୍ତି କି? କାହିଁକି ନା ବ୍ୟାୟାମ ପୂର୍ବରକ୍ସଠିକ୍ ଖାଦ୍ୟ ଖାଇବା ନିହାତି ଦରକାର । ସଠିକ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବ୍ୟାୟାମ କରିବା ପାଇଁ ଶରୀରକୁ ଶକ୍ତି ମିଳିଥାଏ । ସୁସ୍ଥ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ କରିବା ଉଚିତ । ତେବେ ଆସନ୍ତୁ ଜାଣିବା ବ୍ୟାୟାମ କରିବା ପୂର୍ବରୁ କ’ଣ ଖାଇବା ଉଚିତ…

– ଆପଣ ବ୍ୟାୟାମ କରିବା ପୂର୍ବରୁ ଗୋଟେ ସିଝା ଅଣ୍ଡା ମଧ୍ୟ ଖାଇ ପାରିବେ। ଏହାଦ୍ୱାରା ବ୍ୟାୟାମ କରିବା ପାଇଁ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ବ୍ୟାୟାମ କରିବା ପରେ ମଧ୍ୟ ହାଲିଆ ଅନୁଭବ ହୋଇନଥାଏ।

– ଖୀରକୁ ପ୍ରୋଟିନର ଉତ୍ତମ ସ୍ରୋତ ବୋଲି କୁହାଯାଏ। ଏହା ଶରୀରକୁ ଅଧିକ ସମୟ ପାଇଁ ଶକ୍ତି ଯୋଗାଇ ଥାଏ। ହୃଦୟକୁ ସୁସ୍ଥ ରଖିବା ସହ ହାଡ଼କୁ ମଧ୍ୟ ମଜଭୂତ କରିଥାଏ। ତେଣୁ ବ୍ୟାୟାମ କରିବା ପୂର୍ବରୁ ଖୀର ପିଇବା ଉଚିତ।

– ଆମ୍ବରେ ଭିଟାମିନ, ମିନେରାଲ୍ସ , ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ତେଣୁ ଅଧିକ ନୁହେଁ ମାତ୍ର ସଠିକ ମାତ୍ରାରେ ଆମ୍ବ ଖାଇବା ଦ୍ୱାରା ମଧ୍ୟ ଶରୀରକୁ ଆବଶ୍ୟକ ପରିମାଣରେ ବ୍ୟାୟାମ କରିବା ପାଇଁ ଶକ୍ତି ମିଳିଥାଏ।

– କଦଳୀରେ ବହୁ ପରିମାଣରେ ପୋଟାସିୟମ ରହିଛି। ଯାହା ଆପଣଙ୍କ ମାଂସପେଶୀକୁ ସୁସ୍ଥ ରଖିବା ପାଇଁ ଜରୁରୀ। ବ୍ୟାୟାମ କରିବା ପୂର୍ବରୁ କଦଳୀ ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ଆବଶ୍ୟକ ମାତ୍ରାରେ କାବ୍ରୋହାଇଡ଼୍ରେଡ଼ ଯୋଗାଇଥାଏ। ତେଣୁ କଦଳୀ ଖାଇବା ଲାଭଦାୟକ।

Get real time updates directly on you device, subscribe now.