3 ଦିନ ବସ ଭଡ଼ା ଫ୍ରି; ରକ୍ଷାବନ୍ଧନରେ ମହିଳାଙ୍କ ସହିତ ପୁରୁଷଙ୍କ ବି ପାଇବେ ମାଗଣା ସେବା ! ଜାଣନ୍ତୁ, କେଉଁ ରୁଟରେ ଏହି ସୁବିଧା ଉପଲବ୍ଧ…
ରକ୍ଷାବନ୍ଧନରେ ମହିଳାଙ୍କ ସହିତ ପୁରୁଷ ବି ବସରେ ମାଗଣା ଯାତ୍ରା କରିପାରିବେ ।
ନୂଆଦିଲ୍ଲୀ: ରକ୍ଷାବନ୍ଧନରେ ମହିଳାଙ୍କ ସହିତ ପୁରୁଷ ବି ବସରେ ମାଗଣା ଯାତ୍ରା କରିପାରିବେ । ଯଦି ଆପଣ ରକ୍ଷାବନ୍ଧନରେ ଦିଲ୍ଲୀରୁ ୟୁପି ଯାଉଛନ୍ତି, ତେବେ ମହିଳାଙ୍କ ସହିତ ଜଣେ ପୁରୁଷଙ୍କୁ ମଧ୍ୟ ବସ୍ରେ ମାଗଣା ଯାତ୍ରାର ସୁବିଧା ମିଳିବ। ଏହି ସୁବିଧା UPSRTC (ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ)ର ବସ୍ରେ ଦିଆଯାଉଛି।
ଏହି ସୁବିଧା ୮ ଅଗଷ୍ଟ ସକାଳ ୬ଟାରୁ ୧୦ ଅଗଷ୍ଟ ଦିନ ୧୨ଟା ପର୍ଯ୍ୟନ୍ତ ଲାଗୁ ହେବ।
ରକ୍ଷାବନ୍ଧନ ଅବସରରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି 250ଟି ଅତିରିକ୍ତ ବସ୍ ଚଳାଚଳ କରାଯାଉଛି। ଏହି ବସ୍ଗୁଡ଼ିକ ଦିଲ୍ଲୀର କାଶ୍ମୀରୀ ଗେଟ୍, ଆନନ୍ଦ ବିହାର, ସରାଇ କଲେ ଖାନ ଏବଂ କୌଶାମ୍ବୀ ଭଳି ପ୍ରମୁଖ ବସ୍ ଷ୍ଟେସନରୁ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡର ବିଭିନ୍ନ ଜିଲ୍ଲାକୁ ଚଳାଚଳ କରିବ ବୋଲି ଅଂଶୁ ଭଟନାଗର କହିଛନ୍ତି ।
ଏହା ସହିତ, ଲକ୍ଷ୍ନୌ, ମୈନପୁରୀ ଏବଂ ବଦାୟୁଁ ଭଳି ରୁଟରେ ଅତିରିକ୍ତ ଯାତ୍ରା ବୃଦ୍ଧି କରାଯାଇଛି । ଯାହା ଦ୍ୱାରା ମହିଳାମାନେ ସମୟ ମଧ୍ୟରେ ନିଜ ଘରେ ପହଞ୍ଚି ଭାଇ ଭଉଣୀଙ୍କ ଏହି ପବିତ୍ର ପର୍ବ ପାଳନ କରିପାରିବେ।