ବାଃ ବାଃରେ କ୍ରିକେଟ…. ଦେଖନ୍ତୁ (ଭାଇରାଲ Video) କାଦୁଅରେ କ୍ରିକେଟ ଖେଳର ମଜା ହିଁ ନିଆରା

ପିଲାମାନଙ୍କ ନିଆରା ଢଙ୍ଗରେ କ୍ରିକେଟ ଖେଳ ଆସୁଛି ଲୋକଙ୍କୁ ପସନ୍ଦ । ସୋସିଆଲ ମିଡିଆରେ ଘୂରିବୁଲୁଛି ଭିଡିଓ ।

ଓଡିଶା ଭାସ୍କର: ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି । ଯେଉଁ କାରଣରୁ ଅନେକ ଖବର ଏବେ ଲୋକଙ୍କ ପାଖରେ ପହଞ୍ଚିପାରୁଛି ।

ବର୍ଷା ଋତୁ ଆରମ୍ଭ ହୋଇଯାଇଛି । ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି । ଯାହା ସୋସିଆଲ ମିଡିଆ ୟୁଜର୍ସମାନଙ୍କୁ ଭଲ ଲାଗିଛି ।

ଭାଇରାଲ ଭିଡିଓରେ କିଛି ପିଲା କାଦୁଅରେ କ୍ରିକେଟ ଖେଳୁ ଥିବାର ଦେଖିବାକୁ ମିଳିଛି । ସେମାନେ ବେଶ୍ ସୁନ୍ଦର ଭାବେ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ଖୁବ୍ ସୁନ୍ଦର ଭାବେ କରୁଥିବା ଦେଖିବାକୁ ମିଳିଛି ।

ସାମ୍ନାପଟୁ ଜଣେ ବୋଲିଂ କରୁଥିବାବେଳେ ବ୍ୟାଟରେ ଜଣେ ଯୁବକ ବ୍ୟାଟିଂ କରୁଛନ୍ତି । କାଦୁଅ ପାଇଁ ଖେଳାଳିଙ୍କୁ ଦୌଡ଼ିବାକୁ ପଡ଼ୁ ନାହିଁ । ଚିକିଟା ମାଟିରେ ଖସି ସେମାନେ ରନ୍ ସଂଗ୍ରହ କରିବା ସହ ବଲ୍ ମଧ୍ୟ ଧରୁଛନ୍ତି ।

ଖେଳକୁ ପାଖରେ ଛିଡ଼ା ହୋଇ କିଛି ଲୋକ ଦେଖୁଛନ୍ତି । ଭିଡିଓ ଅନୁସାରେ ଲୋକମାନେ ଖେଳକୁ ବଢ଼ିଆ ଭାବେ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।