ଏସିଆ କପରେ ଖେଳିବେ ଏମାନେ! ବାଦ୍ ପଡିବେ ଷ୍ଟାର ଖେଳାଳି, କେମିତି ଜିତିବ ଟିମ୍ ଇଣ୍ଡିଆ…

ଏସିଆ କପରେ ଖେଳିବେ ଏହି ଖେଳାଳି

ଓଡିଶା ଭାସ୍କର: ଗୋଟିଏ ମାସରୁ କମ୍ ସମୟ ମଧ୍ୟରେ ଖେଳାଯିବ କ୍ରିକେଟର ବଡ ଟୁର୍ଣ୍ଣାମେଣ୍ଟ ଏସିଆକପ । ଫଳରେ ଡିଫେଣ୍ଡିଂ ଚାମ୍ପିୟନ ଟିମ୍ ଇଣ୍ଡିଆ ନିଜର ଟ୍ରଫିକୁ ବଳବତ୍ତର ରଖିବା ପାଇଁ ପ୍ରସ୍ତୁତିରେ ରହିଛି ।

ଏହି ବଡ ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ବା ଭାରତୀୟ କ୍ରିକେଟ ପରିଷଦ ତଥା ଟିମ୍ ମ୍ୟାନେଜମେଣ୍ଟ ଚୂଡାନ୍ତ ଏକାଦଶକୁ ନେଇ ଏବେ ଚିନ୍ତାରେ ପଡିଛି । ତେବେ କେଉଁ କେଉଁ ଖେଳାଳି ଭାରତୀୟ ଦଳ ପକ୍ଷରୁ ଏସିଆ କପର ଚୂଡାନ୍ତ ଏକାଦଶ ବା ପ୍ଲେଇଂ ଇଲେଭେନରେ ଖେଳିବେ ଓ କିଏ ବାଦ୍ ପଡିପାରନ୍ତି ତାହାକୁ ନେଇ ଏହି ଉପସ୍ଥାପନା …

ପ୍ରକାଶଥାଉ ଯେ, ଏସିଆକପ ଚଳିତବର୍ଷ ସେପ୍ଟେମ୍ବର ୯ ତାରିଖରେ ଦୁବାଇରେ ଖେଳାଯିବ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ତମାମ ଆଲୋଚନା ହେଉଛି ଯେ ଭାରତୀୟ ଦଳ କେମିତି ରହିବ ।

ଷ୍ଟାଇଲିସ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସଂପୂର୍ଣ୍ଣ ରୂପରେ ଫିଟ ହୋଇ ସାରିଛନ୍ତି । ସେ ଖେଳାଳି ଥୟ । ସେହିଭଳି ଇଂଲଣ୍ଡ ବିପକ୍ଷ ଟି-୨୦ ରେ ଦମଦାର ପ୍ରଦର୍ଶନ କରିଥିବା ଅଧିନାୟକ ଶୁଭମନ ଗିଲ ଏସିଆ କପରେ ଭାରତୀୟ ଦଳର ଉପ- ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି । ତାହାସହ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ତିଳକ ବର୍ମା ଓ ଶ୍ରେୟସ ଆୟରଙ୍କୁ ଏସିଆ କପରେ ସ୍ଥାନ ମିଳିବାର ସମ୍ଭାବନା ବେଶ୍ ଅଧିକ ।

କାରଣ ୨୪ ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ତିଳକ ବର୍ମା ୪୯.୯୩ ହାରରେ ମୋଟ ୧୫୫.୦୭ ଷ୍ଟ୍ରାଇକରେଟ ସହ ୭୪୯ ରନ୍ କରିଛନ୍ତି । ଏହାବାଦ ଶ୍ରେୟସ ଆୟର ଆଇପିଏଲରେ ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳି ୬୦୪ ରନର ବିଶାଳ ସ୍କୋର କରିଥିଲେ ।

ଏହାବାଦ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ମୁଖ୍ୟ ଭାବରେ ନିଜ ଭାର ସମ୍ଭାଳିବେ ଓ ମଧ୍ୟକ୍ରମରେ ଆକ୍ରମଣାତ୍ମକ ବ୍ୟାଟରର ଭୂମିକା ତୁଲାଇବେ । ତାହାସହ ଇଂଲଣ୍ଡ ବିପକ୍ଷରେ ୩ ଟେଷ୍ଟ ଖେଳିଥିବା ଜଶପ୍ରୀତ ବୁମରା ମଧ୍ୟ ଦଳକୁ ଫେରିବ ।

ଏସିଆ କପ ପାଇଁ ସମ୍ଭାବ୍ୟ ଭାରତୀୟ ଦଳ: ସୂର୍ୟ୍ୟ କୁମାର ଯାଦବ ( ଅଧିନାୟକ ), ଶୁଭମନ ଗିଲ( ଉପ-ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ କିପର ), ତିଳକ ବର୍ମା, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା, ଅର୍ଶଦୀପ ସିଂ, ହର୍ଷିତ ରାଣା, ରିଙ୍କୁ ସିଂ, ଶିଭମ ଦୁବେ, ଇଶାନ କିଷନ, ଧ୍ରୁବ ଜୁରେଲ, ଯଶସ୍ୱୀ ଜୟସ୍ୱାଲ, କୁଲଦୀପ ଯାଦବ ।