ଅଲାଜୁକ ପୁଅ, ନିଶାରେ ମା’ ସହ କରୁଥିଲା ଏଭଳି କାମ, ରାଗରେ ମା’ ଲିଭେଇଦେଲା ପୁଅର ଜୀବନ ଦୀପ
ମା' ବର୍ଷ ବର୍ଷ ଧରି ତାଙ୍କ ପୁଅର ଘୃଣ୍ୟ କାର୍ଯ୍ୟକୁ ଚୁପଚାପ୍ ସହ୍ୟ କରି ଆସୁଥିଲେ।
ଉତ୍ତର ପ୍ରଦେଶ: ମା’ ପୁଅର ସମ୍ପର୍କ ପବିତ୍ର। ହେଲେ ଏହି ପବିତ୍ର ସମ୍ପର୍କକୁ ଅପବିତ୍ର କରିଥିଲା ନିଶାଗ୍ରସ୍ତ ପୁଅ। ନିଶାରେ ମା’ ସହ ଯାହା କରୁଥିଲା ତାକୁ ହୁଏତ ଆପଣ ଭାବିଲେ ମଧ୍ୟ ବିଶ୍ୱାସ କରିପାରିବେନି।
ପୁଅର ଏଭଳି କଦର୍ଯ୍ୟ ବ୍ୟବହାରକୁ ଲୋକଲଜ୍ଜା ଭୟରେ କାହାକୁ କହିପାରୁନଥିଲା ମା’। ହେଲେ ଦେହ ସୁଖ ନେବା ପାଇଁ ରାକ୍ଷାସ ପାଲଟି ଯାଇଥିଲା ମା’।
ଆଉ ପୁଅର ଏଭଳି କାମକୁ ଆଉ ସହ୍ୟ କରିପାରିଲାନି ମା’। ଶେଷରେ ନିଜ ହାତରେ ପୁଅର ଜୀବନ ରେଖା ପୋଛି ଦେଲା ମା’।
ଏଭଳି କଦର୍ଯ୍ୟ କାମ କରିବାକୁ ମା’ ମଧ୍ୟ ଛାଡ଼ିନଥିଲା ପୁଅ। ଉତ୍ତର ପ୍ରଦେଶର ବିଜନୌର ଜିଲ୍ଲାର ଶ୍ୟାମିୱାଲା ଗାଁରେ ଏକ ଘଟଣା ଘଟିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।
ଜଣେ ୫୬ ବର୍ଷୀୟ ମା’ ତାଙ୍କ ନିଜ ପୁଅ ସହିତ ଏପରି କିଛି କରିଥିଲେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ତାଙ୍କର ୩୨ ବର୍ଷୀୟ ପୁଅ ଅଶୋକ ନିଶାରେ ଥିବା ବେଳେ ମା’ ତାକୁ ହତ୍ୟା କରିଥିଲା।
ଅଗଷ୍ଟ ୭ ତାରିଖ ରାତିରେ ଅଶୋକ ଘରେ ଗଭୀର ନିଦରେ ଶୋଇଥିଲା ବେଳେ ମା କରିଥିଲା ହତ୍ୟା।
ମା’ ବର୍ଷ ବର୍ଷ ଧରି ତାଙ୍କ ପୁଅର ଘୃଣ୍ୟ କାର୍ଯ୍ୟକୁ ଚୁପଚାପ୍ ସହ୍ୟ କରି ଆସୁଥିଲେ।
ଗୋଟିଏ ରାତିରେ ନିଶାସକ୍ତ ଅବସ୍ଥାରେ ଅଶୋକ ପୁଣି ଥରେ ତାଙ୍କ ମାଆଙ୍କ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା।
ଏଥର ମାଆଙ୍କ ରାଗ ଯେମିତି ଅସମ୍ଭାଳ ହୋଇଥିଲା। ସେ ପାଖରେ ପଡ଼ିଥିବା ଏକ ଦାଆ ଉଠାଇ ଅଶୋକଙ୍କୁ ମାରାତ୍ମକ ଆକ୍ରମଣ କଲେ। ଧାରୁଆ ଅସ୍ତ୍ରର ଆକ୍ରମଣରେ ଅଶୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ଆକ୍ରମଣ ପରେ, ମାଆ ଗାଁ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। ସେ ଚିତ୍କାର କରି କହିଥିଲେ ଯେ ଘରେ ଡକାୟତମାନେ ପ୍ରବେଶ କରିଛନ୍ତି। କିନ୍ତୁ ପୋଲିସ ତାଙ୍କ କଥା ଉପରେ ସନ୍ଦେହ କରିଥିଲା।
ଯେତେବେଳେ ମାଣ୍ଡାଭାଲି ଥାନା ପୋଲିସ ତାଙ୍କୁ ବାରମ୍ବାର ପଚରାଉଚରା କରିଥିଲା, ସେ ପୋଲିସ ଆଗରେ ସତ ଓଗାଳି ପକାଇଥିଲେ।
ସେ କହିଥିଲେ ଯେ ଅଶୋକ ମଦ ପିଇ ତାଙ୍କୁ ଅନେକ ଥର ଯୌନ ନିର୍ଯାତନା ଦେଇଛି। ସାମାଜିକ ଅପମାନ ଭୟରେ ସେ ଚୁପ୍ ରହିଥିଲେ କିନ୍ତୁ ସେହି ରାତିରେ ତାଙ୍କର ଧର୍ଯ୍ୟ ଭାଙ୍ଗି ଯାଇଥିଲା। ରାଗ ଏବଂ ଯନ୍ତ୍ରଣାରେ ସେ ତାଙ୍କ ନିଜ ପୁଅକୁ ହତ୍ୟା କରିଛନ୍ତି।
ମା’ଙ୍କ ବୟାନ ଶୁଣିବା ପରେ ପୋଲିସ ରକ୍ତ ଲାଗିଥିବା ପୋଷାକ ଏବଂ ହତ୍ୟାରେ ବ୍ୟବହୃତ ଦାଆ ଜବତ କରିଛି।
ଅତିରିକ୍ତ ପୋଲିସ ଅଧିକ୍ଷକ ସଞ୍ଜୀବ ବାଜପେୟୀ କହିଛନ୍ତି ଯେ ଭାରତୀୟ ଦଣ୍ଡ ସଂହିତାର ଧାରା ଅନୁଯାୟୀ ମା’ଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ତାଙ୍କୁ ଗିରଫ କରାଯାଇଛି।