ଗତ ୧୩ଟି ପାଳିରେ ୮୮% ଅଭିଯୋଗର ସମାଧାନ ହୋଇଛି: ମୁଖ୍ୟମନ୍ତ୍ରୀ
ତ୍ରୟୋଦଶ ପାଳି ସୁଦ୍ଧା 88 ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା କହିଛନ୍ତି ମୋହନ ମାଝୀ ।
ଭୁବନେଶ୍ବର; ଆଜିର ଅଭିଯୋଗ ଶୁଣାଣି ନେଇ ମୁଖ୍ୟମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି । 88 ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା ନେଇ କହିଛନ୍ତି ମୋହନ ମାଝୀ ।
ଗତ ୧୩ଟି ପାଳିରେ ଗ୍ରହଣ କରାଯାଇଥିବା ୧୨,୨୫୨ଟି ଅଭିଯୋଗ ମଧ୍ୟରୁ ୧୦,୮୦୭ଟି ଅଭିଯୋଗର ସମାଧାନ ହୋଇଛି । ଯଦି ଦେଖିବା ଏହା ପ୍ରାୟ 88 ପ୍ରତିଶତ ଅଟେ ।
ମୋହନ ମାଝୀଙ୍କ କହିବା ଅନୁସାରେ, ଗତ 13ଟି ପାଳିରେ 88 ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ବାକି ଅଭିଯୋଗ ସମାଧାନ ପ୍ରକ୍ରିୟାରେ ରହିଛି । ଅଭିଯୋଗ ଶୁଣାଣି ରାଜ୍ୟସ୍ତରୀୟ ସହ ଜିଲ୍ଲାସ୍ତରୀୟ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।
ଆଜି ଅଭିଯୋଗର 14 ତମ ପାଳି । ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିଥିଲେ ।
ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ୮ ଜଣ ବରିଷ୍ଠ ମନ୍ତ୍ରୀ ଆଜି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଆଜିର ଶୁଣାଣିରେ ତ୍ବରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ନେଇ କହିଛନ୍ତି ମୋହନ ମାଝୀ ।