Football Icon ରୋନାଲ୍ଡୋ ଜର୍ଜିନାଙ୍କୁ ପିନ୍ଧାଇଲେ ୪୨ କୋଟିର ହୀରା ମୁଦି, ଖୁବଶୀଘ୍ର ହେବେ ବାହା

ସରିଲା ରୋନାଲ୍ଡୋଙ୍କ ନିର୍ବନ୍ଧ । ଚଞ୍ଚଳ କରିବେ ବିବାହ ।

ନୂଆଦିଲ୍ଲୀ: ଦୀର୍ଘ ଦିନର ସାଂସାରିକ ଜୀବନ ବିତାଇବା ପରେ ଏବେ ବାବହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପର୍ତ୍ତୁଗାଲ ଗ୍ଲୋବାଲ ଆଇକନ୍ କ୍ରିଷ୍ଟିଆନୋ ରୋନାଲ୍ଡୋ ।

ଦୀର୍ଘଦିନ ଧରି ଲିଭଇନରେ ରହୁଥିବା ପ୍ରେମିକା ଜର୍ଜିନା ରୋଡ୍ରିଗେଜଙ୍କୁ ବିବାହ କରିବାକୁ ଯାଉଛନ୍ତି ରୋନାଲ୍ଡୋ । କାରଣ ନିର୍ବନ୍ଧର ଫଟୋ ଜର୍ଜିନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି ।

ଜର୍ଜିନା ପିନ୍ଧି ଥିବା ହୀରା ମୁଦିକୁ ନେଇ ଏବେ ଡୋର୍ ଆଲୋଚନା ଆରମ୍ଭ ହୋଇଛି । ମୁଦିରେ ଲାଗିଥିବା ହୀରା ପାଖାପାଖି ୫ ସେଣ୍ଟିମିଟର ଲମ୍ବା ହୋଇଥିବା ଅନୁମାନ କରାଯାଉଛି ।

କିଛି ହୀରା ବ୍ୟବସାୟୀ ଜର୍ଜିନା ଲଗାଇଥିବା ହୀରା ମୁଦିକୁ ୨୫ରୁ ୩୦ କ୍ୟାରେଟର ହୋଇଥିବା କହୁଥିବାବେଳେ ଆଉକିଛି ଏହାକୁ ୧୫ କ୍ୟାରେଟର କହିଛନ୍ତି । ଆଉ ଏହି ହୀରାର ବଜାର ମୂଲ୍ୟ ୧୬.୮ କୋଟିରୁ ୪୨ କୋଟି ହୋଇଥିବା ଅନୁମାନ କରାଯାଉଛି ।

ରୋନାଲ୍ଡୋ ଏବଂ ଜର୍ଜିନା ୨୦୧୬ରୁ ପରସ୍ପରକୁ ଡେଟ୍ କରୁଛନ୍ତି । ଦୁହେଁ ଲିଭ ଇନରେ ରହିବା ସହ ସେମାନଙ୍କର ୪ ପିଲାପିଲି ଅଛନ୍ତି । ୨୦୧୭ରେ ପ୍ରଥମ ଥର ପାଇଁ ଏହି କପୁଲ ଫିଫା ଫୁଟବଲ ଆୱାର୍ଡରେ ଏକାଠି ନଜରକୁ ଆସିଥିଲେ ।

ରୋନାଲ୍ଡୋ ଓ ଜର୍ଜିନାଙ୍କର ୩ ସନ୍ତାନ ଥିବାବେଳେ ସେଥିରୁ ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କୁ ଛାଡ଼ିଦେଲେ ଏହି ଷ୍ଟାର ଫୁଟବୋଲରଙ୍କର ସରୋଗେସି ଏବଂ ପୂର୍ବତନ ପ୍ରେମିକାଙ୍କଠାରୁ ଆହୁରି ୩ ସନ୍ତାନ ରହିଛନ୍ତି ।