ଆଜି ଆଉ ଜଣେ ମହିଳା ଦେଲେ ଆତ୍ମାହୁତି, ରାଜ୍ୟରେ ଟ୍ରେଣ୍ଡ ପାଲଟିଛି ନିଜକୁ ଜାଳିବା…

କାମାକ୍ଷାନଗର: ଦେହରେ ନିଆଁ ଲଗେଇ ଆତ୍ମାହୁତି ଦେଲେ ଆଜି ଆଉ ଜଣେ ମହିଳା । ଭୁବନ ଏନଏସିରେ ଘଟିଯାଇଛି ଏ ପ୍ରକାର ଅଭାବନୀୟ ଘଟଣା ।

ପାରିବାରିକ କଳହରୁ ମହିଳା ଦେହରେ ନିଆଁ ଲଗାଇଦେଇଥିବା ଅଭିଯୋଗ ଭୁବନ ଥାନରେ ହୋଇଛି ।

ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି ।

ଗତକାଲି ବରଗଡ଼ ଗାଏସିଲେଟରେ ଜଣେ ୮ ବର୍ଷର ଝିଅ ଦେହରେ ନିଆ ଲଗାଇ ହତ୍ୟା କରାଯାଇଛି ।

ନାବାଳିକା ଶୈଚହେବାକୁ ଯିବାବେଳେ ଅନ୍ୟ ଜଣେ ଝିଅ ତା’ ଦେହରେ ପେଟ୍ରୋଲ ଢାଳି ନିଆ ଲଗାଇ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଗୋଟିଏ ମାସ ଭିତରେ ରାଜ୍ୟରେ ୪ ଜଣ ଆତ୍ମାହୁତି ହେଇସାରିଲେଣି । ଭୁବନରେ ମହିଳାଙ୍କ ଆତ୍ମାହୁତି ଘଟଣା ପଞ୍ଚମ ମାମଲା ।

ରାଜ୍ୟରେ ଏ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବାବେଳେ ରାଜନୀତି ମଧ୍ୟ ସରଗରମ ହୋଇଛି ।