ଶାଶୁ ସହ ବୋହୂର ନାରକୀୟ କାଣ୍ଡ, ବିରହ ବେଦନାରେ କାନ୍ଦୁଛି ନାତି, ଦେଖନ୍ତୁ ଭାଇରାଲ ଭିଡିିଓ

ଉତ୍ତର ପ୍ରଦେଶ ଇଟବା ଜିଲ୍ଲାର ଏହି ଘଟଣା।

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଇଟବାରେ ଏଭଳି ଘଟଣା ଘଟିଛି ଯାହାକୁ ଆପଣ ମଧ୍ୟ ଶୁଣିଲେ ବିଚଳିତ ହେବେ। ସ୍ୱାମୀ ସାମ୍ନାରେ ମହିଳା ଶାଶୁଙ୍କ ଅତି ନିର୍ମମ ଭାବେ ମାଡ଼ ମାରୁଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମହିଳା ତାଙ୍କ ଛୋଟ ପୁଅ ଏବଂ ସ୍ୱାମୀ ସାମ୍ନାରେ ବୃଦ୍ଧ ଶାଶୁଙ୍କୁ ଚାପୁଡା ସହ ଚୁଟି ଟାଣିଦେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଜେଜେମା’ର ଏଭଳି ଅବସ୍ଥା ଦେଖି ନାତି କିଛି କରିନପାରି କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଛି।

ଏଭଳି କି କୁନି ନାତି ଜେଜେମା’ଙ୍କୁ ନମାରିବାକୁ କାନ୍ଦି କାନ୍ଦି କହୁଥିଲେ ବି ମା’ କାହା କଥା ଶୁଣିବାକୁ ନାରାଜ। ଉତ୍ତର ପ୍ରଦେଶ ଇଟବା ଜିଲ୍ଲାର ଭରାଥନା କସବେରେ ଘଟିଛି ଏହି ଘଟଣା।

ଭିଡିଓରେ ବୃଦ୍ଧ ମହିଳା ତଳେ ବସିଥିବା ବେଳେ ବୋହୂ ତାଙ୍କ ବାରମ୍ବାର ଚାପୁଡା ମାରୁଥିବାର ଦେଖିବାକୁ ମିଳିଛି। ଏହା ବୃଦ୍ଧ ମହିଳାଙ୍କୁ ଚୁଟି ମଧ୍ୟ ଘୋଷାଡ଼ାି ଦେଉଛି ବୋହୂ। କୁନି ନାତି ପାଖରେ ଠିଆ ହୋଇ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଛି।

ସେହି ସମୟରେ ପୁଅ ଅନ୍ୟ ଏକ ଛୁଆକୁ ଧରି ବାହାରକୁ ଆସୁଥିବା ଦେଖିବାକୁ ମିଳିଛି। କିଛି ନଜାଣିବା ପରି ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି।

ଭିଡିଓରେ ବ୍ୟକ୍ତିଙ୍କ ବ୍ୟବହାର ଏପରି ରହିଛି ଯେପରି ସବୁକିଛି ସାମାନ୍ୟ ଚାଲିଛି। ସ୍ତ୍ରୀ ପାଖରୁ ମା’କୁ ରକ୍ଷା କରିବା ପାଇଁ କୌଣସି ଭି ପଦକ୍ଷେପ ନେଉନାହିଁ ପୁଅ। ଭିଡିଓ

ଭାଇରାଲ ହେବା ପରେ ମହିଳାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।